
ଭୁବନେଶ୍ୱର, ୨୦ ଅକ୍ଟୋବର (ହି.ସ.) - ଶାରଦୀୟ ଦୁର୍ଗୋତ୍ସବ ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଙ୍ଗଳବାର ଦିନ ତିହିଡ଼ି ବ୍ଲକ ଅନ୍ତର୍ଗତ କୁବେରା, ବୋଡ଼କ ଓ ବାରୁଅ ପଂଚାୟତର ପୂଜା ମଣ୍ଡପରେ ପହଂଚି ମା' ଜଗତଜନନୀ ଦୁର୍ଗାଙ୍କ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି।
ଏହି ଅବସରରେ ମନ୍ତ୍ରୀ ଆୟୋଜକ ଏବଂ ପୂଜା କମିଟିର କର୍ମକର୍ତାମାନଙ୍କ ସହ ଆଲୋଚନା କରି ସମସ୍ତଙ୍କୁ ମହାପୂଜାର ଶୁଭେଛା ଜଣାଇଥିଲେ। ମନ୍ତ୍ରୀ କହିଛନ୍ତି ଏଭଳି ପାରମ୍ପରିକ ଶାରଦୀୟ ପୂଜା ମାଧ୍ୟମରେ ସୁନ୍ଦର ସାଂସ୍କୃତିକ ଜାଗରଣ ସମ୍ଭବ ହୋଇପାରୁଛି, ଯାହା ଆମ ସଂସ୍କୃତିର ପ୍ରାଣକେନ୍ଦ୍ର। ମାଙ୍କ ଅସୀମ କୃପାରୁ ସମସ୍ତଙ୍କ ଜୀବନରେ ଆନନ୍ଦ, ଉତ୍ସାହ ଓ ସମୃଦ୍ଧି ଭରିଯାଉ— ଏହାହିଁ ମା'ଙ୍କ ନିକଟରେ ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା