
ଭୁବନେଶ୍ୱର, ୨୦ ଅକ୍ଟୋବର (ହି.ସ.) - କୋଟିଆ ପ୍ରସଙ୍ଗରେ ନବୀନଙ୍କ ଚିଠି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ନବୀନ ବାବୁ କେତେ ଥର କୋଟିଆ ଯାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ପୂର୍ବ ସରକାର ଗତ ୨୫ ବର୍ଷରେ କୋଟିଆ ପାଇଁ କିଛି କରିନାହାନ୍ତି । ଆମ ମନ୍ତ୍ରୀ ଓ ନେତା କୋଟିଆ ଯାଇ ଲୋକଙ୍କ ସହ ମିଶୁଛନ୍ତି । ମାଆ ନ ପଚାରିବାରୁ କୋଟିଆବାସୀ ମାଉସୀ ଘରକୁ ଯାଇଥିଲେ ବୋଲି କହିବା ସହ ନବୀନଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା