
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.)- ମହର୍ଷି
ବାଲ୍ମୀକି ଜୀଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାମାୟଣର ରଚୟିତା ଆଦିକବି ମହର୍ଷି
ବାଲ୍ମୀକି ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି। ତାଙ୍କର ମହାନ
କୃତିଗୁଡ଼ିକ ଶ୍ରଦ୍ଧା ଓ ଭକ୍ତିର ଅସୀମ ସାଗର ସଦୃଶ, ଯାହା ଈଶ୍ୱରଙ୍କ ପ୍ରତି ସମର୍ପଣର ପଥରେ ମନୁଷ୍ୟକୁ ପରମ ଆନନ୍ଦ
ପ୍ରଦାନ କରିଥାଏ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା