
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.)- ମହର୍ଷି
ବାଲ୍ମୀକି ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି ଗଣଶିକ୍ଷା ନିତ୍ୟାନନ୍ଦ ଗଣ୍ଡ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି
ଯେ, ଆଦି ମହାକାବ୍ୟ ରାମାୟଣର ରଚୟିତା ମହର୍ଷି ବାଲ୍ମୀକି ଜୟନ୍ତୀରେ କୋଟି କୋଟି ପ୍ରଣାମ । ରାମାୟଣ
ଭଳି ପବିତ୍ର ମହାକାବ୍ୟ ରଚନା କରି ମାନବ ସମାଜକୁ ସତ୍ୟ, ଧର୍ମ ଓ ନ୍ୟାୟର ମାର୍ଗ ପ୍ରଦର୍ଶିତ କରିଥିବାରୁ ମହର୍ଷି ବାଲ୍ମୀକି
ସର୍ବଦା ସ୍ମରଣୀୟ ହୋଇ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା