
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.)- ମହର୍ଷି ବାଲ୍ମିକୀ
ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ
ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମହର୍ଷି ବାଲ୍ମିକୀ ଜୟନ୍ତୀ ଅବସରରେ ସମସ୍ତଙ୍କୁ
ହାର୍ଦ୍ଦିକ ଶୁଭକାମନା ଜଣାଉଛି । ମହର୍ଷି ବାଲ୍ମିକୀଙ୍କ ଅସୀମ ଜ୍ଞାନ, ଆଦର୍ଶ ଏବଂ ସୃଷ୍ଟି ସମଗ୍ର ବିଶ୍ୱବାସୀଙ୍କୁ ସତ୍ୟ, ନ୍ୟାୟ ଓ ମାନବିକତାର ପଥରେ ଆଗେଇ ଯିବାକୁ ସଦା ପ୍ରେରଣା ଦେଉଥାଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା