ତିନି ବର୍ଷ ହେଲା ଅଙ୍ଗନବାଡି କର୍ମୀ ମାନଙ୍କୁ ଶାଢି କିଣିବାକୁ ଟଙ୍କା ମିଳିନି
ଗଞ୍ଜାମ, ୨୭ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡି କର୍ମୀ ମାନଙ୍କୁ ତିନି ବର୍ଷ ହେଲା ୟୁନିଫର୍ମ ଶାଢୀ କିଣିବାକୁଟଙ୍କା ଦିଆଯାଇନାହିଁ। ଫଳରେ ଅଙ୍ଗନବାଡି କର୍ମୀ ମାନେ ୟୁନିଫର୍ମ ବଦଳରେ ବିଭିନ୍ନ ରଙ୍ଗବେରଙ୍ଗର ଶାଢ଼ି ପିନ୍ଧିବାକୁ ବାଧ୍ୟ ହେଉଛନ୍ତି। କିଛି ଦିନ ପୂର୍ବେ ଉପ ମୁଖ୍ଯମନ୍ତ୍ର
ତିନି ବର୍ଷ ହେଲା ଅଙ୍ଗନବାଡି କର୍ମୀ ମାନଙ୍କୁ ଶାଢି କିଣିବାକୁ ଟଙ୍କା ମିଳିନି


ଗଞ୍ଜାମ, ୨୭ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡି କର୍ମୀ ମାନଙ୍କୁ ତିନି ବର୍ଷ ହେଲା ୟୁନିଫର୍ମ ଶାଢୀ କିଣିବାକୁଟଙ୍କା ଦିଆଯାଇନାହିଁ। ଫଳରେ ଅଙ୍ଗନବାଡି କର୍ମୀ ମାନେ ୟୁନିଫର୍ମ ବଦଳରେ ବିଭିନ୍ନ ରଙ୍ଗବେରଙ୍ଗର ଶାଢ଼ି ପିନ୍ଧିବାକୁ ବାଧ୍ୟ ହେଉଛନ୍ତି। କିଛି ଦିନ ପୂର୍ବେ ଉପ ମୁଖ୍ଯମନ୍ତ୍ରୀ ପ୍ରଭାତି ପରିଡା ମାତ୍ର ୧୧୦ ଟଙ୍କା ବଢାଇ ଶାଢ଼ୀ କିଣିବାକୁ ଅଙ୍ଗନବାଡି କର୍ମୀ ମାନଙ୍କୁ ବର୍ଷକୁ ୧୫ ଶହ ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ଟଙ୍କା ଅଙ୍ଗନବାଡି କର୍ମୀମାନେ ପାଇ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande