ନିତିନ ନବୀନ ଆସନ୍ତାକାଲି ଦିଲ୍ଲୀରେ ‘ଗଣତନ୍ତ୍ର ବଂଚାଅ, ଅପାରାଜକତା ହଟାଅ’ ପଦଯାତ୍ରାର ନେବେ ନେତୃତ୍ୱ
ନୂଆଦିଲ୍ଲୀ, ୨୭ ଅକ୍ଟୋବର (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ବୁଧବାର, ୨୮ ଅକ୍ଟୋବରରେ ଦିଲ୍ଲୀର ଚାନ୍ଦନୀ ଚୌକ୍ରେ ‘ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ’ ପଦଯାତ୍ରାର ନେତୃତ୍ୱ ନେବେ। ଏଥିରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଦିଲ୍ଲୀ ବିଜେପି ଅଧ୍ୟକ୍ଷ,
Nitin Naveen will reach Bhubaneswar this evening


ନୂଆଦିଲ୍ଲୀ, ୨୭ ଅକ୍ଟୋବର (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ବୁଧବାର, ୨୮ ଅକ୍ଟୋବରରେ ଦିଲ୍ଲୀର ଚାନ୍ଦନୀ ଚୌକ୍ରେ ‘ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ’ ପଦଯାତ୍ରାର ନେତୃତ୍ୱ ନେବେ। ଏଥିରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଦିଲ୍ଲୀ ବିଜେପି ଅଧ୍ୟକ୍ଷ, ସାଂସଦ, ବିଧାୟକ ଏବଂ ଦଳର ଅନେକ ପ୍ରମୁଖ ନେତା ସାମିଲ ହେବାର ସମ୍ଭାବନା ରହିଛି।

କଂଗ୍ରେସ ସମେତ ଇଣ୍ଡି ମେଂଟର ନେତୃତ୍ୱରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ଉପରେ ରୋକ୍ ଲଗାଇବା ଦାବିରେ କରାଯାଉଥିବା ବିରୋଧ ପ୍ରଦର୍ଶନର ଜବାବ ଭାବେ ବିଜେପିର ଏହି ପ୍ରସ୍ତାବିତ ପଦଯାତ୍ରାକୁ ଦେଖାଯାଉଛି।

ବିଜେପି ଅନୁସାରେ, ଏହି ପଦଯାତ୍ରା ମାଧ୍ୟମରେ ଗଣତନ୍ତ୍ର, ନିର୍ବାଚନୀ ପ୍ରକ୍ରିୟା ଏବଂ ରାଜନୈତିକ ବିରୋଧ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଦଳ ନିଜର ମତ ଜନସାଧାରଣଙ୍କ ସମ୍ମୁଖରେ ରଖିବାକୁ ଚାହୁଁଛି। ଜାତୀୟ ଅଧ୍ୟକ୍ଷଙ୍କ ନେତୃତ୍ୱରେ ହେବାକୁ ଥିବା ଏହି ପଦଯାତ୍ରା ଦ୍ୱାରା ଦିଲ୍ଲୀରେ ଦଳର ଅଭିଯାନକୁ ସାଂଗଠନିକ ସ୍ତରରେ ଆହୁରି ମଜବୁତ କରିବାକୁ ମଧ୍ୟ ଉଦ୍ୟମ କରାଯିବ।

ଏସ୍ଆଇଆର୍ ଏବଂ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ବୟାନବାଜି ଜାରି ରହିଥିବା ସମୟରେ ବିଜେପିର ଏହି ପଦକ୍ଷେପ ସାମ୍ନାକୁ ଆସିଛି। ଚାନ୍ଦନୀ ଚୌକ୍ରେ ହେବାକୁ ଥିବା ଏହି ପଦଯାତ୍ରା ମାଧ୍ୟମରେ ଦଳ ଏହି ବିତର୍କରେ ନିଜର ପକ୍ଷକୁ ପ୍ରମୁଖତାର ସହ ଉପସ୍ଥାପନ କରିବାକୁ ଚେଷ୍ଟା କରିବ।

----------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande