ବାତ୍ୟା ‘ଅର୍ଣ୍ଣବ’ ପୂର୍ବରୁ ଯାତ୍ରୀ ସୁରକ୍ଷା ପାଇଁ ଜରୁରୀକାଳୀନ ବ୍ୟବସ୍ଥାର ସମୀକ୍ଷା କଲେ ରେଳମନ୍ତ୍ରୀ
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)ଅକ୍ଟୋବର ୨୮ ତାରିଖରେ ସ୍ଥଳଭାଗ ଛୁଇଁବାକୁ ଥିବା ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଟିସି୦୨ବି ‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । ଦକ୍ଷିଣ ତଟ ରେଳପଥ ଏବଂ ପୂର୍ବ ତଟ ରେଳପଥ ଅଧୀନରେ ସୁରକ୍ଷା ପ୍ରୋଟୋକ
ଅଶ୍ୱିନୀ ବୈଷ୍ଣବ


ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)ଅକ୍ଟୋବର ୨୮ ତାରିଖରେ ସ୍ଥଳଭାଗ ଛୁଇଁବାକୁ ଥିବା ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଟିସି୦୨ବି ‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । ଦକ୍ଷିଣ ତଟ ରେଳପଥ ଏବଂ ପୂର୍ବ ତଟ ରେଳପଥ ଅଧୀନରେ ସୁରକ୍ଷା ପ୍ରୋଟୋକଲ୍ ଓ ରେଳ ଚଳାଚଳ ପ୍ରଭାବିତ ହେଲେ ତାହାକୁ ତୁରନ୍ତ ଦୂର କରି ରେଳସେବା ଚାଲୁ ପାଇଁ ବ୍ୟବସ୍ଥା କରାଯାଇଛି। ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ବିଭିନ୍ନ ଅଞ୍ଚଳର ପ୍ରାୟ ୬୦୦ କିଲୋମିଟର ରେଳଧାରଣା ଉପରେ କଡ଼ା ନଜର ରଖାଯାଇଛି।

ରେଳବାଇ ଜୋନ୍, ଡିଭିଜନ୍ ଏବଂ ରେଳବାଇ ବୋର୍ଡ ସ୍ତରରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି। ଏଥିସହ ୨୪ ଘଣ୍ଟିଆ ନିରୀକ୍ଷଣ ଜାରି ରହିଛି। ବିଭିନ୍ନ ପ୍ରମୁଖ ସ୍ଥାନରେ ବରିଷ୍ଠ ରେଳ ଅଧିକାରୀଙ୍କୁ ମୁତୟନ କରାଯାଇଛି। ସମ୍ଭାବ୍ୟ ପ୍ରତିବନ୍ଧକର ତୁରନ୍ତ ମୁକାବିଲା ପାଇଁ ଜରୁରୀକାଳୀନ ବ୍ୟବସ୍ଥା କରାଯିବା ସହ ଆବଶ୍ୟକ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି।

ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର

ବିଜୟୱାଡ଼ା ଓ ବିଶାଖାପାଟଣା ଡିଭିଜନ୍ ଅଧୀନ ଅଞ୍ଚଳ ସମେତ ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳର ପ୍ରାୟ ୬୦୦ କିଲୋମିଟର ରେଳଧାରଣା ଉପରେ କଡ଼ା ନଜର ରଖାଯାଇଛି। ଜୋନ୍, ଡିଭିଜନ୍ ଓ ରେଳବାଇ ବୋର୍ଡ ସ୍ତରରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି। ବାତ୍ୟାର ଗତିବିଧି ଓ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି। ସେହିପରି ଜରୁରୀକାଳୀନ ମରାମତି ଓ ପୁନଃସ୍ଥାପନ କାର୍ଯ୍ୟ ପାଇଁ କୃଷ୍ଣା କେନାଲ, ବିତ୍ରଗୁଣ୍ଟା, ମାମିଡିପୁଡ଼ି, ବିଶାଖାପାଟଣା, ପଲାସା ଓ ପୋଣ୍ଡୁରୁଠାରେ ମରାମତି ସାମଗ୍ରୀ ବୋଝେଇ ୱାଗନ୍ ରଖାଯାଇଛି। ପ୍ରମୁଖ ରେଳ ଜଙ୍କସନଗୁଡ଼ିକରେ ଡିଜେଲ୍ ଇଞ୍ଜିନ୍, ବିଦ୍ୟୁତ୍ ଯୋଗାଣ ୟୁନିଟ୍ ଓ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି। ତୁରନ୍ତ ବ୍ୟବହାର ପାଇଁ ମାଟି ଖୋଳିବା ଯନ୍ତ୍ର, ଗଛ କାଟିବା ମେସିନ୍, ମରାମତି ଓ ସହାୟକ ଉପକରଣକୁ ଅଳ୍ପ ଦୂରତା ବ୍ୟବଧାନରେ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ ପବନର ବେଗ ଓ ବର୍ଷା ପରିମାଣ ଉପରେ ନିୟମିତ ନଜର ରଖାଯାଉଛି। ଏହାଦ୍ୱାରା ପରିବର୍ତ୍ତିତ ପାଣିପାଗ ସ୍ଥିତି ଏବଂ ରେଳ ଭିତ୍ତିଭୂମି ପ୍ରତି ସମ୍ଭାବ୍ୟ ବିପଦ ଚିହ୍ନଟ କରାଯାଉଛି। ପ୍ରସ୍ତୁତିର ତଦାରଖ ଓ କ୍ଷେତ୍ରସ୍ତରରେ ମୁକାବିଲା ପଦକ୍ଷେପର ସମନ୍ୱୟ ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବରିଷ୍ଠ ରେଳ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଜରୁରୀ ପରିସ୍ଥିତିରେ ମିଳିତ ଭାବେ ମୁକାବିଲା କରିବା ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ୱୟ ରଖାଯାଉଛି। ଦକ୍ଷିଣ ତଟ ରେଳପଥ (ଏସସିଓଆର) ଓ ପୂର୍ବ ତଟ ରେଳପଥ (ଇସିଓଆର୍) ଅଧୀନରେ ସମ୍ଭାବ୍ୟ ବାଧାବିଘ୍ନର ମୁକାବିଲା, ରେଳ ଭିତ୍ତିଭୂମିର ସୁରକ୍ଷା ଏବଂ ପାଣିପାଗ ଅନୁକୂଳ ହେବା ପରେ ସୁରକ୍ଷିତ ଭାବେ ରେଳ ସେବା ପୁଣି ଚାଲୁ କରିବା ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଓ ଆବଶ୍ୟକ ସମ୍ବଳ ପ୍ରସ୍ତୁତ ରଖାଯାଇଛି।

-------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande