ପାନେମ୍ କୋଲ୍ ଅବୈଧ ଖଣି ଖନନ ମାମଲାରେ ଏସିବିକୁ ଅନିୟମିତତାର ପ୍ରାଥମିକ ପ୍ରମାଣ ମିଳିଲା, ହାଇକୋର୍ଟରେ ତଦନ୍ତ ସମ୍ପର୍କରେ ଦେଲା ସୂଚନା
ରାଚି, ୨୭ ଅକ୍ଟୋବର (ହି.ସ.)- ଝାଡ଼ଖଣ୍ଡର ପାକୁଡ଼ ଜିଲ୍ଲାରେ ପାନେମ୍ କୋଲ୍ କମ୍ପାନୀ ସହ ଜଡ଼ିତ କଥିତ ଅବୈଧ ଖଣି ଖନନ ମାମଲାର ତଦନ୍ତ କରୁଥିବା ଦୁର୍ନୀତି ନିରୋଧକ ବ୍ୟୁରୋ (ଏସିବି)କୁ ପ୍ରାଥମିକ ଭାବେ କିଛି ଅନିୟମିତତାର ପ୍ରମାଣ ମିଳିଛି। ମଙ୍ଗଳବାର ଝାଡ଼ଖଣ୍ଡ ହାଇକୋର୍ଟରେ ଏହି ମାମଲା ସମ୍ପର୍କିତ ଜନସ୍ୱ
उच्च न्यायालय फाइल फोटो


ରାଚି, ୨୭ ଅକ୍ଟୋବର (ହି.ସ.)- ଝାଡ଼ଖଣ୍ଡର ପାକୁଡ଼ ଜିଲ୍ଲାରେ ପାନେମ୍ କୋଲ୍ କମ୍ପାନୀ ସହ ଜଡ଼ିତ କଥିତ ଅବୈଧ ଖଣି ଖନନ ମାମଲାର ତଦନ୍ତ କରୁଥିବା ଦୁର୍ନୀତି ନିରୋଧକ ବ୍ୟୁରୋ (ଏସିବି)କୁ ପ୍ରାଥମିକ ଭାବେ କିଛି ଅନିୟମିତତାର ପ୍ରମାଣ ମିଳିଛି। ମଙ୍ଗଳବାର ଝାଡ଼ଖଣ୍ଡ ହାଇକୋର୍ଟରେ ଏହି ମାମଲା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏସିବି ଏହି ସୂଚନା ଦେଇଛି। ଅଦାଲତଙ୍କୁ ଜଣାଇ ଦିଆଯାଇଛି ଯେ, ପୂର୍ବ ଆଦେଶ ଅନୁଯାୟୀ ମାମଲାର ପ୍ରାରମ୍ଭିକ ତଦନ୍ତ (ପିଇ) ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ମିଳିଥିବା ପ୍ରମାଣ ଆଧାରରେ ପରବର୍ତୀ ପଦକ୍ଷେପ ନିଆଯାଉଛି।ଶୁଣାଣି ସମୟରେ ପାନେମ୍ କୋଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏକ ଆବେଦନ ଦାଖଲ କରି ଅଦାଲତଙ୍କୁ ଜଣାଯାଇଥିଲା ଯେ, ମଙ୍ଗଳବାର ଏସିବି ବୟାନ ରେକର୍ଡ କରିବା ପାଇଁ ଡାକିଛି। କିନ୍ତୁ ଅସୁସ୍ଥତା ଯୋଗୁଁ ବ୍ୟକ୍ତିଗତ ଭାବେ ଉପସ୍ଥିତ ହେବା ସମ୍ଭବ ନୁହେଁ। ତେଣୁ ଭିଡିଓ କନ୍ଫରେନ୍ସିଂ କିମ୍ବା ଜଣେ ପ୍ରତିନିଧିଙ୍କ ମାଧ୍ୟମରେ ଏସିବି ସମ୍ମୁଖରେ ନିଜ ପକ୍ଷ ରଖିବାକୁ ଅନୁମତି ଦେବା ପାଇଁ ଅନୁରୋଧ କରାଯାଇଥିଲା।ଅନ୍ୟପକ୍ଷରେ, ଏସିବି ପକ୍ଷରୁ ବରିଷ୍ଠ ଓକିଲ ସୁମିତ ଗାଡ଼ୋଡ଼ିଆ ଅଦାଲତଙ୍କୁ କହିଥିଲେ ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲାର ପ୍ରାରମ୍ଭିକ ତଦନ୍ତ କରାଯାଉଛି। ତଦନ୍ତ ସମୟରେ ପ୍ରାଥମିକ ଭାବେ କିଛି ଅନିୟମିତତାର ପ୍ରମାଣ ମିଳିଛି ଏବଂ ସେହି ଆଧାରରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏଥିସହ ବର୍ତମାନ ପାନେମ୍ କୋଲ୍ ଇଣ୍ଡିଆ ଲିମିଟେଡ୍ର ବୟାନ ତୁରନ୍ତ ରେକର୍ଡ କରିବା ଆବଶ୍ୟକ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମୁଖ୍ୟ ବିଚାରପତି ଏମ୍.ଏସ୍. ସୋନକଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏସିବିର ପକ୍ଷକୁ ରେକର୍ଡକୁ ନେଇ ପାନେମ୍ କୋଲ୍ ଇଣ୍ଡିଆ ଲିମିଟେଡ୍ର ଆବେଦନର ନିଷ୍ପତି କରିଥିଲେ। ଏହି ମାମଲାରେ ଆବେଦନକାରୀ ରାମ ସୁଭଗ ସିଂହଙ୍କ ପକ୍ଷରୁ ଓକିଲ ରାଜୀବ ନନ୍ଦନ ପ୍ରସାଦ ଯୁକ୍ତି ଉପସ୍ଥାପନ କରିଥିଲେ।ଉଲ୍ଲେଖଯୋଗ୍ୟ, ଓକିଲ ରାମ ସୁଭଗ ସିଂହ ପାନେମ୍ କୋଲ୍ ଖଣି ସହ ଜଡ଼ିତ କଥିତ ଅବୈଧ ଖଣି ଖନନ ମାମଲାରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି। ଆବେଦନରେ ଅଭିଯୋଗ କରାଯାଇଛି ଯେ, ୨୦୧୫ ମସିହାରେ କମ୍ପାନୀକୁ ପାକୁଡ଼ ଓ ଦୁମକା ଜିଲ୍ଲାରେ କୋଇଲା ଖନନ ପାଇଁ ଲିଜ୍ ମିଳିଥିଲା। କିନ୍ତୁ ନିର୍ଦ୍ଧାରିତ ସୀମାଠାରୁ ଅଧିକ କୋଇଲା ଖନନ କରାଯାଇଥିଲା। ଏହାଦ୍ୱାରା ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଅଭିଯୋଗ ହୋଇଛି।ଆବେଦନକାରୀଙ୍କ ଅନୁସାରେ, ଏହି ମାମଲାରେ ପୂର୍ବରୁ ମଧ୍ୟ ତଦନ୍ତ କରାଯାଇଥିଲା। କିନ୍ତୁ ତଦନ୍ତ ରିପୋର୍ଟ ଆଧାରରେ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଏହି କାରଣରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ କରି ଘଟଣାର ନିରପେକ୍ଷ ତଦନ୍ତ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।ପାକୁଡ଼ ଜିଲ୍ଲାରେ ପାନେମ୍ କୋଲ୍ କମ୍ପାନୀ ସହ ଜଡ଼ିତ କଥିତ ଅବୈଧ ଖଣି ଖନନ ମାମଲାର ତଦନ୍ତ ହାଇକୋର୍ଟ ଏସିବିକୁ ହସ୍ତାନ୍ତର କରିଛନ୍ତି। ଏହା ପୂର୍ବରୁ ଦୁମକାର ତତ୍କାଳୀନ ଡିଭିଜନାଲ କମିଶନରଙ୍କ ୧୯ ଅକ୍ଟୋବର ୨୦୧୫ର ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାର ପ୍ରଭାବଶାଳୀ ପଦକ୍ଷେପ ନେଇନଥିବାରୁ ଅଦାଲତ ଅସନ୍ତୋଷ ପ୍ରକାଶ କରିଥିଲେ।ଉକ୍ତ ରିପୋର୍ଟ ଆଧାରରେ ପାକୁଡ଼ର ତତ୍କାଳୀନ ଉପାୟୁକ୍ତ ସୁନୀଲ କୁମାରଙ୍କୁ କେବଳ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଏହି ମାମଲାରେ ଆଗକୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ନେଇ ମଧ୍ୟ ଅଦାଲତ ପ୍ରଶ୍ନ ଉଠାଇଥିଲେ। ଏବେ ଏସିବିର ପ୍ରାରମ୍ଭିକ ତଦନ୍ତରେ ଅନିୟମିତତାର ପ୍ରମାଣ ମିଳିଥିବା ସୂଚନା ପରେ ମାମଲାର ପରବର୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରହିଛି।

----------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande