୪ଅକ୍ଟୋବର ରେ କେନ୍ଦ୍ରାପଡ଼ା ସହରରେ ୭ ଘଂଟା ବିଦ୍ୟୁତ୍ ସରବରାହ ବନ୍ଦ ରହିବ
କେନ୍ଦ୍ରାପଡ଼ା, ୦୩ ଅକ୍ଟୋବର (ହି.ସ.): ଟିପିସିଓଡିଏଲ ପକ୍ଷରୁ ଭୂତଳସ୍ଥ (ଟଏ) କେବୁଲ ବିଛାଇବା କାର୍ୟ୍ୟ ଚାଲିଥିବା ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ୍ ୦୪ ଅକ୍ଟୋବର ୨୦୨୬ (ରବିବାର) ସକାଳ ୯.୦୦ ଘଟିକାରୁ ଅପରାହ୍ନ ୪.୦୦ ଘଟିକା ପର୍ୟ୍ୟନ୍ତ କେନ୍ଦ୍ରାପଡ଼ା ପୌରାଂଚଳର ୪ ନମ୍ବରରୁ ୨୧ ନମ୍ବର ୱାର୍ଡ ଏ
୪ଅକ୍ଟୋବର ରେ କେନ୍ଦ୍ରାପଡ଼ା ସହରରେ ୭ ଘଂଟା ବିଦ୍ୟୁତ୍ ସରବରାହ ବନ୍ଦ ରହିବ


କେନ୍ଦ୍ରାପଡ଼ା, ୦୩ ଅକ୍ଟୋବର (ହି.ସ.): ଟିପିସିଓଡିଏଲ ପକ୍ଷରୁ ଭୂତଳସ୍ଥ (ଟଏ) କେବୁଲ ବିଛାଇବା କାର୍ୟ୍ୟ ଚାଲିଥିବା ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ୍ ୦୪ ଅକ୍ଟୋବର ୨୦୨୬ (ରବିବାର) ସକାଳ ୯.୦୦ ଘଟିକାରୁ ଅପରାହ୍ନ ୪.୦୦ ଘଟିକା ପର୍ୟ୍ୟନ୍ତ କେନ୍ଦ୍ରାପଡ଼ା ପୌରାଂଚଳର ୪ ନମ୍ବରରୁ ୨୧ ନମ୍ବର ୱାର୍ଡ ଏବଂ କପାଳେଶ୍ୱର ଓ ଗୁଲନଗର ପଂଚାୟତ ଅଂଚଳରେ ବିଦ୍ୟୁତ୍ ସରବରାହ ସାମୟିକ ଭାବେ ବନ୍ଦ ରହିବ।ଟିପିସିଓଡିଏଲ ପକ୍ଷରୁ ଜଣାଯାଇଛି ଯେ, ଭୂତଳସ୍ଥ କେବୁଲ ବିଛାଇବା କାର୍ୟ୍ୟକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ଏହି ଅସ୍ଥାୟୀ ବିଦ୍ୟୁତ୍ ବନ୍ଦ ବ୍ୟବସ୍ଥା କରାଯାଇଛି।ଏହି ସମୟ ମଧ୍ୟରେ ପ୍ରଭାବିତ ଅଂଚଳର ଗ୍ରାହକମାନଙ୍କୁ ସମ୍ଭାବ୍ୟ ଅସୁବିଧାକୁ ଏଡ଼ାଇବା ପାଇଁ ଆବଶ୍ୟକୀୟ ପୂର୍ବ ପ୍ରସ୍ତୁତି ଗ୍ରହଣ କରିବା ସହ ବିଦ୍ୟୁତ୍ ବ୍ୟବହାର ସମ୍ବନ୍ଧୀୟ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।କାର୍ୟ୍ୟ ସମାପ୍ତ ହେବା ପରେ ଯଥାଶୀଘ୍ର ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରାଯିବ ବୋଲି ଟିପିସିଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମୟିକ ଅସୁବିଧା ପାଇଁ ଟିପିସିଓଡିଏଲ ଦୁଃଖ ପ୍ରକାଶ କରିବା ସହ ସମସ୍ତ ଗ୍ରାହକଙ୍କ ସହଯୋଗ କାମନା କରିଛି।

-------------------

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande