ଏବିଭିପି ତରଫରୁ କଂଟେଂଟ କ୍ରିଏଟର ଫେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୦୩ ଅକ୍ଟୋବର (ହି.ସ.) - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ଶନିବାର ‘କଂଟେଂଟ କ୍ରିଏଟର ଫେଷ୍ଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜୟପୁର ସ୍ଥିତ ମିଶନ ଶକ୍ତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ଥିବା ସୃଜନ
ଏବିଭିପି ତରଫରୁ କଣ୍ଟେଣ୍ଟ କ୍ରିଏଟର ଫେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, ୦୩ ଅକ୍ଟୋବର (ହି.ସ.) - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ଶନିବାର ‘କଂଟେଂଟ କ୍ରିଏଟର ଫେଷ୍ଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜୟପୁର ସ୍ଥିତ ମିଶନ ଶକ୍ତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ଥିବା ସୃଜନଶୀଳ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ କଂଟେଂଟ କ୍ରିଏସନ କ୍ଷେତ୍ରରେ ଉତ୍ସାହିତ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିବା ଉପସ୍ଥିତ ଅତିଧି ମାନେ ମତ ବ୍ୟକ୍ତ କରିଥିଲେ । ଡିଜିଟାଲ ମାଧ୍ୟମରେ ବହୁ ଯୁବକ ଯୁବତୀ ବିଭିନ୍ନ ବିଷୟ ଉପରେ ସୃଜନଶୀଳ କଂଟେଂଟ ପ୍ରସ୍ତୁତ କରୁଥିଲେ ମଧ୍ୟ ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଅନେକ ପ୍ରତିଭା ଲୋକଲୋଚନକୁ ଆସିପାରୁନାହିଁ। ଏଭଳି ପ୍ରତିଭାଙ୍କୁ ଚିହ୍ନଟ କରିବା ସହ ଅନ୍ୟ ଯୁବପିଢ଼ିଙ୍କୁ ସକାରାତ୍ମକ ଦିଗରେ କଂଟେଂଟ ନିର୍ମାଣ ପାଇଁ ପ୍ରେରିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କଂଟେଂଟ ମାଧ୍ୟମରେ ଛାତ୍ରଛାତ୍ରୀ ନିଜ କ୍ୟାମ୍ପସ ଓ ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଂଚାଇପାରିବେ ବୋଲି ଆଲୋଚନା ହୋଇଥିଲା। ଏହା ଛାତ୍ର ସଶକ୍ତୀକରଣ ସହ ଜନସଚେତନତା ସୃଷ୍ଟିର ଏକ ପ୍ରଭାବଶାଳୀ ମାଧ୍ୟମ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା। ଏଥିସହ କୋରାପୁଟର କଳା, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନକୁ ଡିଜିଟାଲ କଂଟେଂଟ ମାଧ୍ୟମରେ ବିଶ୍ୱସ୍ତରରେ ପହଂଚାଉଥିବା ଯୁବ କ୍ରିଏଟରମାନଙ୍କୁ ମଧ୍ୟ ଉତ୍ସାହିତ କରାଯାଇଥିଲା। ଏହି ଅବସରରେ କୋରାପୁଟର ସାଂସ୍କୃତିକ ପରିଚୟକୁ ଉପସ୍ଥାପନ କରି ଦର୍ଶକଙ୍କ ଆଦୃତି ଲାଭ କରିଥିବା ‘ମାଲିପୁଟ୍ ମେଲୋଡିଜ୍’ ଟିମକୁ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଥିଲା। କଂଟେଂଟ ନିର୍ମାଣ ସମୟରେ ଭାଷାର ଭଦ୍ରତା, ସାମାଜିକ ସଦଭାବ ଓ ଦାୟିତ୍ୱବୋଧ ବଜାୟ ରଖିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସମାଜ ଓ ଶାସନ ବ୍ୟବସ୍ଥାକୁ ପ୍ରଶ୍ନ କରିବାର ଅଧିକାର ସମସ୍ତଙ୍କର ଥିଲେ ମଧ୍ୟ ବାସ୍ତବ ସମସ୍ୟାକୁ ତଥ୍ୟଭିତିକ ଭାବେ ଉପସ୍ଥାପନ କରିବା ଏବଂ ନିଜ ଅଂଚଳର କଳା, ସଂସ୍କୃତି ଓ ପରମ୍ପରାକୁ ସମ୍ମାନର ସହ ପ୍ରଚାର କରିବା ଜଣେ କଂଟେଂଟ କ୍ରିଏଟରଙ୍କ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande