ବାଦ୍ ପଡ଼ିଥିବା ଓ ପ୍ରଥମ ଥର ଯୁବ ଭୋଟରଙ୍କ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ
ବାଦ୍ ପଡ଼ିଥିବା ଓ ପ୍ରଥମ ଥର ଯୁବ ଭୋଟରଙ୍କ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ
ବାଦ୍ ପଡ଼ିଥିବା ଓ ପ୍ରଥମ ଥର ଯୁବ ଭୋଟରଙ୍କ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ


ସମ୍ବଲପୁର, ୦୩, ଅକ୍ଟୋବର (ହି.ସ.) ଭାରତ ନିର୍ବାଚନ ଆୟୋଗ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ସମ୍ବଲପୁର ଜିଲ୍ଲାରେ ଏକ ବ୍ୟାପକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ସ୍ୱତନ୍ତ୍ର ନିବିଡ଼ ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ କୌଣସି ବି ଯୋଗ୍ୟ ନାଗରିକ, ବାଦ୍ ପଡ଼ିଥିବା ଭୋଟର କିମ୍ବା ନୂତନ ଯୁବ ଭୋଟର ଯେପରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ବଂଚିିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମୁଖ୍ୟ କାର୍ଯ୍ୟପନ୍ଥା ଓ ନିର୍ଦ୍ଦେଶାବଳୀ କ୍ରମେ ପୂର୍ବ ଭୋଟର ତାଲିକାର ପୁନଃ ସମୀକ୍ଷା । ସମ୍ବଲପୁର ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ରର ବୁଥ୍ ସ୍ତରୀୟ ଅଧିକାରୀ ମାନେ ବର୍ତମାନର ଚୂଡ଼ାନ୍ତ ଭୋଟର ତାଲିକା ସହିତ ପୂର୍ବ ତାଲିକାର ତୁଳନା କରିବେ। ପୂର୍ବରୁ ନାମ ଥାଇ ବର୍ତମାନ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ। ଘରକୁ ଘର ବୁଲି ସତ୍ୟାପନରେ ବିଏଲ୍ଓ ମାନେ ଚିହ୍ନଟ ହୋଇଥିବା ଭୋଟରଙ୍କ ଘରକୁ ଘର ବୁଲି ବର୍ତମାନର ସ୍ଥିତି ଯାଂଚ କରିବେ। ପ୍ରତି ସପ୍ତାହରେ ଅତି କମରେ ୨୦-୨୫ ଜଣ ଭୋଟରଙ୍କୁ ସାମିଲ କରି ଏହି ପ୍ରକ୍ରିୟା ଗୋଟିଏ ମାସ ମଧ୍ୟରେ ଶେଷ କରାଯିବ। ଏହି ସମୟରେ ଯୋଗ୍ୟ ବ୍ୟକ୍ତି, ବାଦ୍ ପଡ଼ିଥିବା ଭୋଟର ଓ ନୂତନ ଯୁବ ଭୋଟରଙ୍କ ନାମ ଫର୍ମ-୬ ମାଧ୍ୟମରେ ପଞ୍ଜୀକରଣ କରାଯିବ। ବଂଚିତ ଓ ସୀମାନ୍ତବର୍ତୀ ବର୍ଗଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନରେ ଶ୍ରମିକ ବସ୍ତି, ରାତ୍ରିକାଳୀନ ଆଶ୍ରୟସ୍ଥଳ, ବାସହୀନ ଏବଂ ଅବହେଳିତ, ସୀମାନ୍ତବର୍ତୀ ବର୍ଗର ଲୋକଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯିବ। ରାଜନୈତିକ ଦଳଗୁଡ଼ିକ ସହ ସହଯୋଗ ଓ ପାରଦର୍ଶିତାରେ ବିଏଲ୍ଓ ମାଙ୍କ ଦ୍ୱାରା ପ୍ରସ୍ତୁତ ତାଲିକା ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ବୁଥ୍ ଲେଭେଲ ଏଜେଂଟ ମାନଙ୍କ ସହ ସେୟାର କରାଯିବ। ସମ୍ପୂର୍ଣ୍ଣ ପାରଦର୍ଶିତା ପାଇଁ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମାନେ ଚୂଡ଼ାନ୍ତ ବୁଥ୍-ୱାରୀ ତାଲିକା ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କୁ ପ୍ରଦାନ କରିବେ। ସାଧାରଣ ଜନସାଧାରଣଙ୍କୁ ନିବେଦନ ସମ୍ବଲପୁରର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସମସ୍ତ ନାଗରିକ, ପ୍ରଥମ ଥର ଭୋଟ୍ ଦେବାକୁ ଥିବା ଯୁବକ ଯୁବତୀ ଏବଂ ରାଜନୈତିକ ଦଳଗୁଡ଼ିକୁ ବିଏଲ୍ଓ ମାନଙ୍କ ଘରକୁ ଘର ଗସ୍ତ ସମୟରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

-----------

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande