
କେନ୍ଦ୍ରାପଡ଼ା, ୦୩ ଅକ୍ଟୋବର (ହି.ସ.): ପବିତ୍ର ମହାତ୍ମାଗାନ୍ଧୀ, ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ପାଳନ ସହିତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦିବାକର ପ୍ରଧାନଙ୍କ ବିୟୋଗରେ ଶୋକସଭା ଚିନ୍ତାମଣି ଗୁରୁଜୀ ଓ ରୁକ୍ମିଣୀ ଦେବୀ ସ୍ମାରକୀ ନ୍ୟାସ ଓ ପୁରାତନ ଛାତ୍ର ସଂସଦ ମଧୁସାଗର ବିଦ୍ୟାପୀଠ ମିଳିତ ଉଦ୍ୟମରେ ସଂସଦର ସଭାପତି ହୃଦାନନ୍ଦ ରାଉତଙ୍କ ସଭାପତିତ୍ୱରେ ଅଙ୍ଗୁଳାଇ ଗ୍ରାମଦେବୀ ମା’ତାରିଣୀ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ସଭାର ଆରମ୍ଭରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନ କରାଯାଇ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ୍ ସୋସାଇଟିରେ ସଭାପତି ପ୍ରମୋଦ କୁମାର ସାହୁ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ମାରକୀ ନ୍ୟାସର ସମ୍ପାଦକ ଭ୍ରମର ରାଉତ, ସୁଧିରଞ୍ଜନ ବାରିକ, ତରଣିସେନ ମଲ୍ଲିକ, କେଶବ ଚରଣ ଲେଙ୍କା, ଜୟନ୍ତୀ ସ୍ୱାଇଁ, ପ୍ରଭାସ ଚନ୍ଦ୍ର ଦାସ, ବୈଷ୍ଣବ ଚରଣ ଖଣ୍ଡୁଆଳ, ସାମ୍ବାଦିକ ମାଧବ ଚରଣ ନାୟକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶୁଭାଂଶୁ କୁମାର ଦାସ, ଧ୍ରୁବ ଚରଣ ସାହୁ, ସୁନାକର ମଲ୍ଲିକ, ପ୍ରହ୍ଲାଦ ଦାସ, ନୀଳମାଧବ ରାଉତ, ଗଣେଶ୍ୱର ରାଉତ, ସୁବାସ ଚନ୍ଦ୍ର ଦାସ, ଅଜୟ ଜେନା, ଗୋଲଖ କୁମାର ସେଠୀ, ଶେଖ୍ ମନସୁର ଅଲ୍ଲି, ମହାକାଳପଡା ବିକାଶ ମଂଚ ସଭାପତି କାଶୀନାଥ ରାଉତରାୟ, ଶେଖ୍ ସତିଲ, ବଳରାମ ଜେନା, ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଦିବାକର ପ୍ରଧାନଙ୍କ ପାଇଁ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
----------------
---------------
ହିନ୍ଦୁସ୍ଥାନ ସମାଚାର / ରବି