ଅଜଣା ମୋଟର ସାଇକଲ ଧକ୍କାରେ ୪ ବର୍ଷର ଶିଶୁକନ୍ୟା ମୃତ
ଚମ୍ପୁଆ, ୦୩ ଅକ୍ଟୋବର (ହି.ସ.)- ମୋଟର ସାଇକଲ ଧକ୍କାରେ ଜଣେ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଚମ୍ପୁଆ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ମୃତ ଶିଶୁକନ୍ୟା ଜଣକ ଚମ୍ପୁଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ନୂଆଗାଁ ଅଂଚଳର ହରିଶ ପୂର୍ତିଙ୍କ ଝିଅ ଲିସା ପୂର୍ତି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ତ
ଦୁର୍ଘଟଣାସ୍ଥଳରେ ଅଧିକାରୀ


ଚମ୍ପୁଆ, ୦୩ ଅକ୍ଟୋବର (ହି.ସ.)- ମୋଟର ସାଇକଲ ଧକ୍କାରେ ଜଣେ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଚମ୍ପୁଆ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ମୃତ ଶିଶୁକନ୍ୟା ଜଣକ ଚମ୍ପୁଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ନୂଆଗାଁ ଅଂଚଳର ହରିଶ ପୂର୍ତିଙ୍କ ଝିଅ ଲିସା ପୂର୍ତି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ତୁରୁମୁଙ୍ଗା ପଟୁ ଏକ ଦ୍ରୁତଗାମୀ ମୋଟର ସାଇକଲ ଆସି ଲିସାଙ୍କୁ ଜୋରଦାର ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବାଇକ୍ ଚାଳକ ରଜିଆ-ରିମୁଳି ରାସ୍ତା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଦୁର୍ଘଟଣା ଘଟାଇଥିବା ମୋଟର ସାଇକଲଙ୍କୁ ଗିରଫ ଦାବି କରିଥିଲେ । ଏନେଇ ଚମ୍ପୁଆ-ତୁରୁମୁଙ୍ଗା ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ, ଥାନା ଆଇ.ଆଇ.ସି ସ୍ୱରୂପ ରଞ୍ଜନ ନାୟକ ଓ ସ୍ଥାନୀୟ ତହସିଲଦାର ସତ୍ୟବ୍ରତ ସାହୁ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ତୁରନ୍ତ ସହାୟତା ସ୍ୱରୂପ ରେଡକ୍ରସ୍ ପାଣ୍ଠିରୁ ମୃତ ଶିଶୁର ପରିବାରକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଅନ୍ୟପକ୍ଷରେ, ଘଟଣା ପରେ ଫେରାର ହୋଇଯାଇଥିବା ମୋଟର ସାଇକଲ ଚାଳକଙ୍କୁ ଚିହ୍ନଟ କରି ଧରିବା ପାଇଁ ଚମ୍ପୁଆ ପୋଲିସ ତଦନ୍ତ ଜାରି ରଖିଛି । ଶବ ବ୍ୟବଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

-----------------

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande