ଦାଦାବଟି, ଧମକ ଓ ମାନହାନି ମାମଲାରେ ଅଭିଯୁକ୍ତ ଗିରଫ
ଗଞ୍ଜାମ , 03 ଅକ୍ଟୋବର (ହି.ସ.) - ନିମଖଣ୍ଡି ଥାନା ପୋଲିସ ଦାଦାବଟି ମାଗିବା, ଧମକ ଦେବା ଓ ସୋସିଆଲ ମିଡିଆରେ ମାନହାନି ପୋଷ୍ଟ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ନିମଖଣ୍ଡି ଥାନା କେସ ନଂ ୩୦୯ ତା ୦୩.୧୦.୨୦୨୬ U/S ୨୯୬/୩୦୮(୫)/୩୫୬(୨)/୩୫୧(୨)/୧୧୧(୨)/୩(୫) BNSମାମଲାରୁଜୁହୋଇଛି। ଅ
Wettyuuu


ଗଞ୍ଜାମ , 03 ଅକ୍ଟୋବର (ହି.ସ.) - ନିମଖଣ୍ଡି ଥାନା ପୋଲିସ ଦାଦାବଟି ମାଗିବା, ଧମକ ଦେବା ଓ ସୋସିଆଲ ମିଡିଆରେ ମାନହାନି ପୋଷ୍ଟ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ନିମଖଣ୍ଡି ଥାନା କେସ ନଂ ୩୦୯ ତା ୦୩.୧୦.୨୦୨୬ U/S ୨୯୬/୩୦୮(୫)/୩୫୬(୨)/୩୫୧(୨)/୧୧୧(୨)/୩(୫) BNSମାମଲାରୁଜୁହୋଇଛି। ଅଭିଯୋଗକାରୀ ହେଲେ ଲୋଚାପଡା, ନିମଖଣ୍ଡିର ସରପଞ୍ଚ ଏଲ୍. ମୋହନ ଦାସ (୪୦), । ।

ଗିରଫ ଅଭିଯୁକ୍ତ ହେଲେ ଗାଁ ଝାଡ଼ାଙ୍କୁଳୀର ସ୍ୱର୍ଗତ କୋରା ସେଠୀଙ୍କ ପୁଅ ବାସିନ୍ଦା ପ୍ରଶାନ୍ତ ସେଠୀ (୩୪) । ବର୍ତମାନ ସେ ବସନ୍ତ ବିହାର ୪ର୍ଥ ଲେନ, ଅମ୍ବାପୁଆରେ ରହୁଛନ୍ତି । ଗତ ରାତି ୧୨:୧୦ରେ ଅଭିଯୋଗ ଅନୁଯାୟୀ ପ୍ରଶାନ୍ତ ଓ ତାର ସହଯୋଗୀ ଲୋଚାପଡାରେ ଜୁଆ ଖେଳ ଓ ବେଆଇନ କାମ କରି ଗତ ୧୦-୧୫ ଦିନ ହେଲା ଝଗଡା କରୁଥିଲେ। ସରପଞ୍ଚ ବିରୋଧ କରିବାରୁ ସୋସିଆଲ ମିଡିଆରେ ବ୍ୟକ୍ତିଗତ ସମ୍ପର୍କକୁ ନେଇ ମିଥ୍ୟା ଅପମାନଜନକ ପୋଷ୍ଟ କରି ଦାବଟି ମାଗି ହତ୍ୟା ଧମକ ଦେଇଥିଲା। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ସହଯୋଗୀଙ୍କ ଭୂମିକା ନେଇ ତଦନ୍ତ ଜାରି ରହିଛି। ହିନ୍ଦୁସ୍ଥାନ ସମାଚାର/ହୁଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande