
ଜୟପୁର, ୦୩ ଅକ୍ଟୋବର (ହି.ସ.) - କୋରାପୁଟ ଜିଲା ଜୟପୁର ଦଶହରା ମହୋତ୍ସବ ସହ ଆଜି ଠାରୁ ଷୋଡଶ ପୁଜା ଆରମ୍ଭ ହୋଇଛି । ଜୟପୁର ସ୍ଥିତ ଅଧିଷ୍ଠାତ୍ରୀ ମା ଭଗବତୀ ମନ୍ଦିର ଓ ଦକ୍ଷିଣ କାଳିକା ମନ୍ଦିରରେ ଷୋଡଶ ପୁଜା ଆରମ୍ଭ ହୋଇଛି । ଆଜି ସକାଳୁ ଜୟପୁରର ଅଧିଷ୍ଠାତ୍ରୀ ମା ଭଗବତୀ ଓ ଦକ୍ଷିଣ କାଳିଙ୍କ ଶହସ୍ରା କୁମ୍ଭାଭିଷେକ ହୋଇଛି । ଏକ ହଜାର ୮ ସୁବାସିତ ଜଳରେ ମାଙ୍କୁ ସ୍ନାନ କରାଯାଇଥିଲା । ରୁପା ଢାଳରେ ମାଁଙ୍କୁ ସ୍ନାନ କରାଯାଇଥିଲା । ନିତି କାନ୍ତ ପରେ ପବ ଆରମ୍ବ ହୋଇଥିଲା । ଅଧିଷ୍ଠାତ୍ରୀ ମା ଭଗବତୀ ଙ୍କ ବିଜୟା ଭ୍ରମଣ ଆରମ୍ଭ ହେବା ସହ ଦଶହରା ଦିନ ରାବଣ ପୋଡି ସହ ୪ଟି ବିମାନ ଦଶହରା ପଡିଆରେ ଅପରାଜିତା ପୁଜାରେ ସାମିଲ ହୋଇ ପୁଜା ସାରି ମନ୍ଦିରକୁ ଫେରିବେ । ଶନିବାର ଠାରୁ ଷୋଡଷ ପୁଜା ଆରମ୍ବ ହୋଇଥିବା ବେଳେ ଦଶହରା ମହୋତ୍ସବ ପାଇଁ ଆଜ୍ଞା ମାଳ ଗ୍ରହଣ କରାଯାଇଥିଲା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଏହି ଆଜ୍ଞା ମାଳ କୁ ଗ୍ରହଣ କରିଥଲେ । ଅଧିଷ୍ଠାତ୍ରି ମା ଦକ୍ଷିଣ କାଳିକା ମନ୍ଦିରରେ ମଧ୍ୟ ଷୋଢଶ ପୁଜା ଆରମ୍ବ ହୋଇଛି । ମୁଳାଷ୍ଟମୀ ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ପୀଠରୁ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ଦେବୀପୀଠକୁ ଦଶହରାରେ ଯୋଗଦେବାକୁ ନିମନ୍ତ୍ରଣ ଆରମ୍ବ ହୋଇଛି । ଏହି ଅବସରରେ ଆଜି ସକାଳୁ ଅଧିଷ୍ଠାତ୍ରୀ ମା ଭଗବତୀ ମନ୍ଦିର ଠାରେ ଶହସ୍ର କୁମ୍ଭାଭିଷେକ କରାଯାଇଥିଲା । ପରେ ମା ଙ୍କ ପୁଜକ ବିରେନ୍ଦ୍ର ରଥ ପୁଜାଚ୍ଚନା, ଆଳତି କରିବା ସହ ଦେବୀଙ୍କ ଆଜ୍ଞାମାଳ ଜୟପୁର ବିଧାୟକ ବାହିନିପତିଙ୍କୁ ପ୍ରଦାନ କରିଥିଲେ । ପାରମ୍ପାରିକ ରିତି ଅନୁଯାଇ ମାଁ ଭଗବତୀ ଙ୍କ ନିକଟରେ ପୁଜା ପାଠ ଆଳତି କରାଯାଇ ଶାନ୍ତି ଶୃଙ୍ଖଳା କିପରି ଦଶହରା ପର୍ବ ପାଳିତ ହୋଇପାରିବ ସେନେଇ ପୁଜା କରାଯାଇଥିଲା । ରାଜରାଜୁଡା ଅମଳରୁ ଅଧିଷ୍ଠାତ୍ରି ମାଁ ଭଗବତି ଓ ଦକ୍ଷିଣ କାଳିକା ମନ୍ଦିରରେ ୧୬ ଦିନ ବ୍ୟାପି ଷୋଢଶ ପୁଜା କରାଯାଏ । ଦଶହରା ଦିନ ଦଶହରା ପଡିଆରେ ଅପରାଜିତା ପୁଜା ପରେ ଦଶହରା ସମାପ୍ତ ହୁଏ ।ଏହି ଷୋଢଶ ଦଶହରା ଉତ୍ସବ କୁ ନେଇ ସାରା ଜିଲା ଆଜି ଉତ୍ସବ ମୁଖର ହୋଇଉଠିଛି । ଶାନ୍ତି ଶୃଙ୍ଖଳାରେ ମହୋତ୍ସବ ପାଳନ କରିବା ନେଇ ଏହି ଆଜ୍ଞାମାଳ ଗ୍ରହଣ କରାଯାଇଥାଏ। ଆମାବାସ୍ୟ ପରେ ଅବିଭକ୍ତ କୋରାପୁଟ ଜିଲାର ୬୦ଟି ଦେବି ପିଠ ଏବଂ ସେବାୟତଙ୍କୁ ଦଶହରା ପବରେ ଯୋଗଦେବା ଲାଗି ନିମନ୍ତ୍ରଣ ପ୍ରଦାନ କରାଯିବ । ନିମନ୍ତ୍ରଣ ପାଇବା ପରେ ବିଭିନ୍ନ ଦେବି ପୀଠରୁ ଦେବୀଙ୍କ ପ୍ରତିକ ଲାଠି, ଖଡଗ, ଛାତ୍ର, ବିମାନକୁ ଭକ୍ତ ମାନେ ହାତରେ କାନ୍ଧରେ ବୋହି ଚାଲି ଚାଲି ଜୟପୁର ଠାରେ ଦଶମି ତିଥିରେ ପହଂଚି ଜୟପୁର ବାସୀଙ୍କୁ ଆଶିବାଦ କରନ୍ତି । ଏହି ଲାଠି ଧାରି ମାନଙ୍କୁ ଦଶହରା ପଡିଆରେ ପାରମ୍ପରିକ ନିତିରେ ପୁଜାଚ୍ଚନା କରାଯାଇଥାଏ ଅପରାଜିତା ପୁଜା କରାଯାଇଥାଏ । ନବରଙ୍ଗପୁର ଜିଲାର ଉମରକୋଟ, ରାଇଘର, କୋରାପୁଟ ଜିଲାର ନନ୍ଦପୁର, ସଲପା, ତେଲିଆ ଜାମୁଣ୍ଡା, ପୋଡାଗଡ ଭଳି ଦେବି ପିଠରୁ ଲାଠି ଧାରିମାନେ ଚାଲି ଚାଲି ଆସିଥାନ୍ତି । ଆଜି ଠାରୁ ଅଧିଷ୍ଠାତ୍ରୀ ମା ଭଗବତି , ଦକ୍ଷିଣ କାଳିକା ଠାରେ ହୋମ , ଚଣ୍ଡି ପାଠ ସ୍ୱତନ୍ତ୍ର ପୁଜା ଅଖଣ୍ଡ ଦୀପ ଲାଗି ପୁଜା ଅନୁଷ୍ଠିତ ହୋଇଛି । ଭଗବତୀଙ୍କ ମନ୍ଦିରେ ଆଲୋକ ମାଳା ତୋରଣ ରେ ସଜ୍ଜିତ କରାଯାଇଛି । ଦଶହରା ମହୋତ୍ସବ କମିଟି ଓ ଦେବୋତର ବିଭାଗ ତରଫରୁ ସବୁ ବ୍ୟବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି