ପାର୍ବଣରେ ବଢ଼ିଲାଣି ବେଆଇନ ନିଶାକାରବାର, ମଦ ବନ୍ଦ ପାଇ ବିଧାୟକଙ୍କ ନିର୍ଦ୍ଦେଶ
ଜୟପୁର, ୦୩ ଅକ୍ଟୋବର (ହି.ସ.) - ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ କୋରାପୁଟ ଜିଲାର ଜୟପୁର ସହର ଅଂଚଳରେ ବଢ଼ିବାରେ ଲାଗିଛି ବେଆଇନ ନିଶା କାରବାର । କୋରାପୁଟ ଜିଲା ଏକ ଆଦୀବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବା ବେଳେ ବିଭିନ୍ନ ଗାଁର ଗଳିକନ୍ଦିରେ ଖୋଲାଖୋଲି କୁଚିଆ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ନେ
ପାର୍ବଣରେ ବଢ଼ିଲାଣି ବେଆଇନ ନିଶାକାରବାର


ଜୟପୁର, ୦୩ ଅକ୍ଟୋବର (ହି.ସ.) - ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ କୋରାପୁଟ ଜିଲାର ଜୟପୁର ସହର ଅଂଚଳରେ ବଢ଼ିବାରେ ଲାଗିଛି ବେଆଇନ ନିଶା କାରବାର । କୋରାପୁଟ ଜିଲା ଏକ ଆଦୀବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବା ବେଳେ ବିଭିନ୍ନ ଗାଁର ଗଳିକନ୍ଦିରେ ଖୋଲାଖୋଲି କୁଚିଆ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହେଉଛି । ତୁରନ୍ତ ଦେଶି ମଦ ବନ୍ଦ କରିବା ଦାବୀ ରେ ଗତ ୨ ଦିନ ତଳେ ବୋରିଗୁମ୍ମା ଅଞ୍ଚଳର ଶତାଧିକ ମହିଳା ମାନେ ଦେଶି ମମ୍ବନ୍ଦ କରିବାକୁ ଦାବି କରିଥିଲେ। ଏନେଇ ବୋରିଗୁମ୍ମା ଥାନା ଓ ଅବକାରି ଥାନା ଅଧିକାରି ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ସେହିପରି କୁନ୍ଦୁରା ରେ ମଦ କାରବାର ବନ୍ଦ କରିବା ପାଇ ଜନ ପ୍ରତିନିଥି ମାନେ ଚାଲାଣ ହେଉଥିବା ମଦ କୁ ଧରି ଅବକାରି ବିଭାଗକୁ ଜିମା ଦେଉଛନ୍ତି । ପାର୍ବଣକୁ ଆଖି ଆଗରେ ରଖି ବେପାରୀମାନେ ମଦ ଗଚ୍ଛିତ ରଖିଥିବା ବେଳେ ଦିନ ଦ୍ୱିପହରରେ ବାଇକ୍ ଯୋଗେ ମଦ ଚାଲାଣ କରୁଥିବା ଲକ୍ଷ୍ୟ କରାଯାଇଛି ।

ଅଂଚଳରେ ଏଭଳି ବେ ଆଇନ ନିଶା କାରବାର ବଢୁଥିଲେ ମଧ୍ୟ ଅବକାରୀ ବିଭାଗ ଓ ପୋଲିସ ବିଭାଗର ଅବହେଳା କୁ ନେଇ ଏବେ ପ୍ରଶ୍ନ ଉଠୁଛି । ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିଲେ ମଧ୍ୟ ବେଆଇନ ମଦ ବେପାର ଉପରେ ଏହାର ସ୍ଥାୟୀ ପ୍ରଭାବ ପଡ଼ୁନଥିବା ଲକ୍ଷ୍ୟ କରାଯାଇଛି । ଚଢ଼ାଉ ପରେ କିଛିଦିନ କାରବାର ବନ୍ଦ ରହୁଥିବା ବେଳେ ପୁଣି ପୂର୍ବଭଳି ବେପାର ଆରମ୍ଭ ହେଉଥିବା ଅଭିଯୋଗ ହେଉଛି । ଗାଁ ଗୁଡ଼ିକରେ ମଦର ଅବାଧ ପ୍ରବାହ ଯୋଗୁଁ ପାରିବାରିକ ଅଶାନ୍ତି ଗଣ୍ଡଗୋଳ ଭଳି ସାମାଜିକ ସମସ୍ୟା ବଢ଼ୁଥିବା ନେଇ ଅଂଚଳବାସୀ ଚିନ୍ତା ପ୍ରକାଶ କରିଛନ୍ତି । ଅଂଚଳ ର ଲୋକେ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଡ଼ିବାରେ ଲାଗିଛି । କୋରାପୁଟ ଜିଲା ଜୟପୁର, ବୋରିଗୁମ୍ମା, କୁନ୍ଦୁରା, ବୈପାରିଗୁଡା, ଲମତାପୁଟ, ନନ୍ଦପୁର, ପଟାଙ୍ଗୀ, କୋରାପୁଟ, ସେମିଳିଗୁଡା, ନାରାୟଣପାଟଣା, ବନ୍ଧୁ ଗାଁ, ଲକ୍ଷ୍ମୀପୁର ଅଂଚଳରେ ଗୋଟିଏ ଗୋଟିଏ ଦେଶୀ ମଦ ଭାଟି ରହୁଥିବାବେଳେ ମଦ ଭାଟିରୁ ମଦ ପ୍ରସ୍ତୁତ କରି ସହରକୁ ଚାଲାଣ ହେବା ସହ ବିଭିନ୍ନ ଗାଁରେ ବିକ୍ରି କରାଯାଉଥିବା ଜଣାଯାଇଛି । ଦଶହରା ସମୟରେ ମଦ ବନ୍ଦ କରିବାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ନିଦ୍ଦେଷ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande