ନୟାପଲ୍ଲୀ ଯୁବତୀ ଦୁଷ୍କର୍ମ ଘଟଣା : ପୋଲିସ ଏନକାଉଂଟରରେ ଅଭିଯୁକ୍ତ ଆହତ
- ଚୋରି ପାଇଁ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ଭୁବନେଶ୍ୱର ନୟାପଲ୍ଲୀରେ ଯୁବତୀ ଦୁଷ୍କର୍ମ ଘଟଣାରେ ପୋଲିସର ଏନକାଉଂଟରରେ ଅଭିଯୁକ୍ତ ଆହତ ହୋଇଛି। ଖସିଯିବାକୁ ଉଦ୍ୟମ କରି ପୁଲିସ ଉପରକୁ ଗୁଳି ଚଳାଇଥିବା ବେଳେ ପୁଲିସର ପାଲଟା ଗୁଳି କରିଥିଲା। ଏଥିରେ ଅଭି
ନୟାପଲ୍ଲୀ ଯୁବତୀ ଦୁଷ୍କର୍ମ ଘଟଣା : ପୋଲିସ ଏନକାଉଂଟରରେ ଅଭିଯୁକ୍ତ ଆହତ


- ଚୋରି ପାଇଁ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା

ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ଭୁବନେଶ୍ୱର ନୟାପଲ୍ଲୀରେ ଯୁବତୀ ଦୁଷ୍କର୍ମ ଘଟଣାରେ ପୋଲିସର ଏନକାଉଂଟରରେ ଅଭିଯୁକ୍ତ ଆହତ ହୋଇଛି। ଖସିଯିବାକୁ ଉଦ୍ୟମ କରି ପୁଲିସ ଉପରକୁ ଗୁଳି ଚଳାଇଥିବା ବେଳେ ପୁଲିସର ପାଲଟା ଗୁଳି କରିଥିଲା। ଏଥିରେ ଅଭିଯୁକ୍ତ ଯୁବକଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଅଭିଯୁକ୍ତଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି।

ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ୍ କମିଶନର ଏସ୍ ଦେବଦତ ସିଂ କହିଛନ୍ତି ଯେ ଅଭିଯୁକ୍ତ ଚୋରି ପାଇଁ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା।ଏକ ପିସ୍ତଲ ସଦୃଶ ଲାଇଟର ନେଇ ଅଭିଯୁକ୍ତ ଘରେ ପଶିଥିଲା। ମାତ୍ର ଘରେ କେହି ନ ଥିବା ଦେଖି ଏପରି କରିଥିବା ମାନିଛି। ଯୁବତୀ ଜଣଙ୍କ ଏହାକୁ ପିସ୍ତଲ ଭାବି ଡରିଯାଇଥିଲେ। ଦୁଷ୍କର୍ମ ହୋଇଛି ନା ନାହିଁ ତାହାର ତଦନ୍ତ ଚାଲିଛି। ଅଭିଯୁକ୍ତ ଲୁଟ୍ ପରେ ପ୍ରଥମେ ଆମ ବସ୍ ରେ ନୟାପଲ୍ଲୀରୁ ସିଆରପି ଆସିଥିଲା। ସିଆରପିରୁ ଅଟୋ ଧରି ଭରତପୁର ଯାଇଥିଲା। ଭରତପୁରରେ ଏକ ନୂଆ ବାଇକ୍ ଚୋରି କରି ଫେରାର ହୋଇଯାଇଥିଲା। କ୍ରୁଟ୍ ପକ୍ଷରୁ ମିଳିଥିବା ସିସିଟିଭିକୁ ଆଧାରରେ ଅଭିଯୁକ୍ତ ଚିହ୍ନଟ କରିଛୁ। ଅଭିଯୁକ୍ତ ହେଉଛି ସନ୍ତୋଷ ପଣ୍ଡା ସେ ଚକେଇସିହାଣୀରେ ରୁହେ। ତା ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦରେ। ତା ନାଁରେ ପୂର୍ବରୁ ମୋବାଇଲ୍ ଚୋରି ମାମଲା ରହିଛି ବୋଲି କହିଛନ୍ତି ସିପି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande