ଗର୍ଭାବସ୍ଥାରେ ସିକଲ୍ ସେଲ୍ ରୋଗ ପରିଚାଳନା ନିର୍ଦ୍ଦେଶାବଳୀ ଉନ୍ମୋଚିତ
ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଶନିବାର ଖାରବେଳ ଭବନସ୍ଥିତ ସ୍ୱାସ୍ଥ୍ୟ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ଗର୍ଭାବସ୍ଥାରେ ସିକଲ୍ ସେଲ୍ ରୋଗର ପରିଚାଳନା ସମ୍ପର୍କିତ ନିର୍ଦ୍ଦେଶାବଳୀ ଉନ୍ମୋଚନ କରିଛନ୍ତି। ବୈଠକ
ଗର୍ଭାବସ୍ଥାରେ ସିକଲ୍ ସେଲ୍ ରୋଗ ପରିଚାଳନା ନିର୍ଦ୍ଦେଶାବଳୀ ଉନ୍ମୋଚିତ


ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଶନିବାର ଖାରବେଳ ଭବନସ୍ଥିତ ସ୍ୱାସ୍ଥ୍ୟ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ଗର୍ଭାବସ୍ଥାରେ ସିକଲ୍ ସେଲ୍ ରୋଗର ପରିଚାଳନା ସମ୍ପର୍କିତ ନିର୍ଦ୍ଦେଶାବଳୀ ଉନ୍ମୋଚନ କରିଛନ୍ତି।

ବୈଠକରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର (ମେତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଚିକିତ୍ସା ସେବାର ଗୁଣବତ୍ତା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ମନ୍ତ୍ରୀ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ବୃଦ୍ଧି ସହ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକୁ ଅଧିକ ସୁଦୃଢ଼ କରିବା ଦିଗରେ ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରିଥିଲେ।

ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କ ସମେତ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ବିଭିନ୍ନ ମେଡିକାଲ କଲେଜର ଅଧୀକ୍ଷକ ଓ ଡିନ୍ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande