ଅକ୍ଟୋବର ମାସ ପାଇଁ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ଘୋଷିତ
କେନ୍ଦୁଝର, ୦୩ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ଅକ୍ଟୋବର ମାସ ପାଇଁ ଯୁଗ୍ମ ଅଭିଯୋଗ ଶୁଣାଣି'' କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଓଡ଼ିଶା ସରକାରଙ୍କ ଜନ ଅଭିଯୋଗ ଓ ପେନସନ ପ୍ରଶାସନ ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆ
Joint


କେନ୍ଦୁଝର, ୦୩ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ଅକ୍ଟୋବର ମାସ ପାଇଁ ଯୁଗ୍ମ ଅଭିଯୋଗ ଶୁଣାଣି' କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଓଡ଼ିଶା ସରକାରଙ୍କ ଜନ ଅଭିଯୋଗ ଓ ପେନସନ ପ୍ରଶାସନ ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଧାସଳଖ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ। ଏହି ଶୁଣାଣି ସୋମବାରଗୁଡ଼ିକରେ ସକାଳ ୧୦:୦୦ ଟାରୁ ଅପରାହ୍ନ ୧:୦୦ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ଅନୁଯାୟୀ ୦୫ ଅକ୍ଟୋବର ୨୦୨୬ (ସୋମବାର): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ (ଦରବାର ହଲ୍), କେନ୍ଦୁଝର, ୧୨ ଅକ୍ଟୋବର ୨୦୨୬ (ସୋମବାର):ପଂଚାୟତ ସମିତି କାର୍ଯ୍ୟାଳୟ, ଝୁମ୍ପୁରା, ୨୬ ସେପ୍େଟମ୍ବର ୨୦୨୬ (ସୋମବାର): ପଂଚାୟତ ସମିତି କାର୍ଯ୍ୟାଳୟ, ପାଟଣାଠାରେ ଅନୁଷ୍ଠିତ ହେବ।

ଜନସାଧାରଣଙ୍କ ସୁବିଧା ପାଇଁ ଏହି ଶିବିରଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷ ଭାବେ ଅସୁସ୍ଥ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ବସିବା ସହ ପାନୀୟ ଜଳର ସମସ୍ତ ସୁବିଧା ଯୋଗାଇ ଦେବାକୁ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ, ଶିବିରରେ ଗ୍ରହଣ କରାଯାଉଥିବା ଅଭିଯୋଗଗୁଡ଼ିକୁ ତୁରନ୍ତ ସମାଧାନ ସୂତ୍ରରେ ପକାଇବା ପାଇଁ ଏହାକୁ ସରକାରୀ ଜନ ଶୁଣାଣି ପୋର୍ଟାଲ'ରେ ପଞ୍ଜିକରଣ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ ରହିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଂଚଳବାସୀଙ୍କୁ ନିଜ ନିଜର ଅଭିଯୋଗ ନେଇ ଏହି ଶିବିରରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande