କାଳ ସାଜିଛି କାରୋ ନଦୀର ବିଷାକ୍ତ କଳା ପାଣି : କାରୋ ନଦୀରେ ବିଷାକ୍ତ କଳା ପାଣିକୁ ନେଇ ଝାଡ଼ଖଣ୍ଡ ଓ ଓଡ଼ିଶା ମଜଦୂର ସଂଘର୍ଷ ସଂଘର ତଦନ୍ତ : ପରୀକ୍ଷା ପାଇଁ ଲ୍ୟାବ୍ କୁ ପଠାଇଲେ ନମୁନା
ଚମ୍ପୁଆ, ୩ ଅକ୍ଟୋବର (ହି.ସ.)- ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବଲାଣି ଦେଇ ପ୍ରବାହିତ କାରୋ ନଦୀର ଜଳ ବିଷାକ୍ତ ଓ କଳା ପଡ଼ିଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ନଦୀର ପାଣି ସମ୍ପୂର୍ଣ୍ଣ କଳା ବର୍ଣ୍ଣ ଧାରଣ କରିଥିବାରୁ ଏହାକୁ ନିତ୍ୟବ୍ୟବହାର୍ଯ୍ୟ ଜଳ ଭାବେ ବ୍ୟବ
କ୍ଷେତ୍ର ପରିଦର୍ଶନ କରୁଛନ୍ତି ସଂଘ ପ୍ରତିନିଧି


ଚମ୍ପୁଆ, ୩ ଅକ୍ଟୋବର (ହି.ସ.)- ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବଲାଣି ଦେଇ ପ୍ରବାହିତ କାରୋ ନଦୀର ଜଳ ବିଷାକ୍ତ ଓ କଳା ପଡ଼ିଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ନଦୀର ପାଣି ସମ୍ପୂର୍ଣ୍ଣ କଳା ବର୍ଣ୍ଣ ଧାରଣ କରିଥିବାରୁ ଏହାକୁ ନିତ୍ୟବ୍ୟବହାର୍ଯ୍ୟ ଜଳ ଭାବେ ବ୍ୟବହାର କରୁଥିବା ନିରୀହ ଗ୍ରାମବାସୀ ଏବଂ ଜଙ୍ଗଲୀ ପଶୁପକ୍ଷୀ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଓ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏହି ବୃଦ୍ଧି ପାଉଥିବା ଜଳ ପ୍ରଦୂଷଣ ପ୍ରତିବାଦରେ ଆଜି 'ଝାଡ଼ଖଣ୍ଡ ଓ ଓଡ଼ିଶା ମଜଦୂର ସଂଘର୍ଷ ସଂଘ' ପକ୍ଷରୁ ବଲାଣି ଗ୍ରାମପଞ୍ଚାୟତର ପାଚେରୀ ସ୍ଥିତ କାରୋ ନଦୀ ଘାଟରେ ଏକ ମିଳିତ କ୍ଷେତ୍ର ପରିଦର୍ଶନ କରାଯାଇଛି। ଏହି ପରିଦର୍ଶନ ସମୟରେ ଝାଡ଼ଖଣ୍ଡ ମଜଦୂର ସଂଘର୍ଷ ସଂଘର ମହାସଚିବ ରାଜେନ୍ଦ୍ର ସିନ୍ଦ୍ରିଆ ଏବଂ ଓଡ଼ିଶା ମଜଦୂର ସଂଘର୍ଷ ସଂଘର ମହାସଚିବ ଶିବାଶିଷ ନନ୍ଦଙ୍କ ସମେତ ଉଭୟ ରାଜ୍ୟର ଅନେକ ସଂଘୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସଂଘର ପ୍ରତିନିଧିମାନେ ନଦୀର ସ୍ଥିତି ଅନୁଧ୍ୟାନ କରିବା ପରେ ସେଠାରୁ ଦୂଷିତ ଜଳର ନମୁନା ବୋତଲରେ ସଂଗ୍ରହ କରିଛନ୍ତି। ଏହି ନମୁନାକୁ ପରୀକ୍ଷା ପାଇଁ ସ୍ୱତନ୍ତ୍ର ପରୀକ୍ଷାଗାର (ଲ୍ୟାବ୍) କୁ ପଠାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ମଜଦୂର ସଂଘର୍ଷ ସଂଘର ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ, କେତେକ ଅସାଧୁ ଶିଳ୍ପ ସଂସ୍ଥା ନିଜର ଆର୍ଥିକ ଫାଇଦା ପାଇଁ ବର୍ଜ୍ୟବସ୍ତୁ ଓ ବିଷାକ୍ତ କଳା ପାଣି ନଦୀକୁ ଛାଡ଼ି ପରିବେଶ ଏବଂ ସ୍ଥାନୀୟ ଜନଜୀବନ ସହ ଖେଳ ଖେଳୁଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପ୍ରଶାସନ ତୁରନ୍ତ ଏହି ଦୂଷିତ ଜଳର ସରକାରୀ ଯାଞ୍ଚ କରାଇ ଦୋଷୀ ଶିଳ୍ପ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ସୂଚନାଯୋଗ୍ୟ ଯେ, ଏହି କାରୋ ନଦୀ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲାରୁ ବାହାରି ଯୋଡ଼ା ବ୍ଲକର ବଲାଣି ଦେଇ ଝାଡ଼ଖଣ୍ଡ ରାଜ୍ୟକୁ ପ୍ରବାହିତ ହୋଇଛି। ପ୍ରଦୂଷିତ ଜଳ ଯୋଗୁଁ ଏବେ ସୀମାନ୍ତ ଜିଲ୍ଲା ଓ ରାଜ୍ୟଗୁଡ଼ିକରେ ଗୁରୁତର ପରିବେଶିୟ ସଙ୍କଟ ସୃଷ୍ଟି ହୋଇଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande