ଜିଲ୍ଲା ପ୍ରଶାସନ, କୋରାପୁଟ ତରଫରୁ ଜନସାଧାରଣଙ୍କ ନିମନ୍ତେ ସୂଚନା
ଜୟପୁର, ୦୩ ଅକ୍ଟୋବର (ହି.ସ.) - ଓଡ଼ିଶା ତଥା କୋରାପୁଟ ଜିଲ୍ଲାରେ ଏସଆଇଆର-୨୦୨୬ ପ୍ରକ୍ରିୟା ସମାପ୍ତ ହୋଇସାରିଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେଉଁମାନେ ବାଦ୍ ପଡ଼ିଯାଇଛନ୍ତି ଏବଂ ପ୍ରଥମ ଥର / ଯୁବ ଭୋଟରମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ୦୧.୧୦.୨୦୨୬ଞ୍ଚ କୁ ଯୋଗ୍ୟ
ଜିଲ୍ଲା ପ୍ରଶାସନ, କୋରାପୁଟ ତରଫରୁ ଜନସାଧାରଣଙ୍କ ନିମନ୍ତେ ସୂଚନା


ଜୟପୁର, ୦୩ ଅକ୍ଟୋବର (ହି.ସ.) - ଓଡ଼ିଶା ତଥା କୋରାପୁଟ ଜିଲ୍ଲାରେ ଏସଆଇଆର-୨୦୨୬ ପ୍ରକ୍ରିୟା ସମାପ୍ତ ହୋଇସାରିଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେଉଁମାନେ ବାଦ୍ ପଡ଼ିଯାଇଛନ୍ତି ଏବଂ ପ୍ରଥମ ଥର / ଯୁବ ଭୋଟରମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ୦୧.୧୦.୨୦୨୬ଞ୍ଚ କୁ ଯୋଗ୍ୟତା ତାରିଖ ଭାବେ ନେଇ ଏକ ସ୍ୱତନ୍ତ୍ର ନାମ ଅନ୍ତର୍ଭୁକ୍ତି ଅଭିଯାନ କରାଯିବ। ଏହି ଅଭିଯାନ ଆଜିଠାରୁ ଅର୍ଥାତ୍ ୦୨.୧୧.୨୦୨୬ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ।

ନିର୍ଦ୍ଦେଶ ଅନୁଯାୟୀ, ବିଏଲଓ ମାନେ ଏସଆଇଆର-୨୦୨୬ ର ଏଏସଡିଡି ଅନୁପସ୍ଥିତ / ସ୍ଥାନାନ୍ତରିତ, /ମୃତ ଏବଂ ଦୁଇ ଥର ନାମ ଥିବା) ଭୋଟର ତାଲିକାକୁ ପୁନର୍ବାର ଯାଂଚ କରିବେ ଏବଂ ଯଦି ଭୁଲବଶତଃ କାହାର ନାମ ଏହି ବର୍ଗରେ ପକାଯାଇଥିବ, ତେବେ ସେମାନଙ୍କୁ ଯଥାବିଧି ପ୍ରକ୍ରିୟାରେ ଭୋଟର ତାଲିକାରେ ପୁନର୍ବାର ସାମିଲ କରାଯିବ।

ଭୋଟରମାନେ ଚୂଡ଼ାନ୍ତ ଭୋଟର ତାଲିକା ୱେବ୍ ସାଇଟ୍ରୁ ଦେଖି ନିଜ ନାମ ଯାଂଚ କରିପାରିବେ। କୋରାପୁଟ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି ଯେ, ଯଦି କୌଣସି ବ୍ୟକ୍ତିଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଯାଇଥାଏ କିମ୍ବା ଭୁଲରେ କଟିଯାଇଥାଏ, ତେବେ ସେମାନେ ଭୋଟର୍ସ.ଇଏସଆଇ.ଗଭ.ଇନ୍ ରେ ଫର୍ମ-୬ ମାଧ୍ୟମରେ ଆବେଦନ କରି କିମ୍ବା ସଂପୃକ୍ତ ବିଏଲଓ ଙ୍କ ସହ ଯୋଗାଯୋଗ କରି ନିଜ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିପାରିବେ।

ପୁନଶ୍ଚ ନିର୍ବାଚନ ଆୟୋଗ ତରଫରୁ ସ୍ପଷ୍ଟ କରାଯାଇଛି ଯେ, ଫର୍ମ-୬ ସହିତ ଲାଗିଥିବା ଡିକ୍ଲାରେସନ ଫର୍ମ' କେବଳଏସଆଇଆର ପ୍ରକ୍ରିୟା ସମୟରେ ଲାଗୁ ହେଉଥିଲା। ବର୍ତମାନ ଭୋଟରମାନେ ଏସଆଇଆର-୨୦୨୬ ପୂର୍ବରୁ ଥିବା ୠକ୍ଟକ୍ସଜ୍ଞ-୬ ରେ ଆବେଦନ କରିପାରିବେ। ଅର୍ଥାତ୍, ଫର୍ମ-୬ ରେ ନାମ ଅନ୍ତର୍ଭୁକ୍ତ କରିବା ସମୟରେ ଭୋଟରମାନଙ୍କୁ ତାଙ୍କ ପିତାମାତା / ଜେଜେବାପା ଇତ୍ୟାଦିଙ୍କ ୨୦୦୨ ମସିହା ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ ନାହିଁ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande