
ଜୟପୁର, ୩ ଅକ୍ଟୋବର (ହି.ସ.)- ପୂର୍ବତଟ ରେଳପଥର ରାୟଗଡ଼ା ଡିଭିଜନ୍ ଅନ୍ତର୍ଗତ ବୋରା ଗୁହାଲୁ ଏବଂ କୋଟବାଲସା ଷ୍ଟେସନ୍ ମଧ୍ୟରେ ଅବସ୍ଥିତ ଟନେଲ୍ ନଂ ୪୧-୪୧ଏ ର ସଫଳ 'ବ୍ରେକ୍ଥ୍ରୁ' ଉଭୟ ପାର୍ଶ୍ୱର ସଂଯୋଗ ସହିତ କୋଟ୍ଟାଭାଲାସା-କୋରାପୁଟ ଡବଲିଂ ପ୍ରକଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରାଯାଇଛି। ୧ ଅକ୍ଟୋବର ୨୦୨୬ରେ ଆଲାଇନ୍ମେଣ୍ଟ ପଥ ନିର୍ଦ୍ଧାରଣ କ୍ଷେତ୍ରରେ ଶତ ପ୍ରତିଶତ ସଠିକତା ସହିତ ଏହି ସଫଳତା ମିଳିଛି, ଯାହା ଚାଲୁ ରହିଥିବା ଡବଲିଂ ପ୍ରକଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି।୮୨୯ ମିଟର ଦୀର୍ଘ ଏହି ଟନେଲଟି ୮ ଡିଗ୍ରୀ ବକ୍ରପଥ ବିଶିଷ୍ଟ ରାସ୍ତାରେ 'ହର୍ସ-ସୁ' ଘୋଡ଼ା ନାଲ୍ ଆକାରରେ ନିର୍ମାଣ କରାଯାଇଛି। ବୋରା ଗୁହାଲୁ-କୋଟାଭାଲାସା ବ୍ଲକ୍ ସେକ୍ସନ୍ ମଧ୍ୟରେ ଏହି ସଫଳତା ହାସଲ କରାଯାଇଛି। ଟନେଲ୍ ନଂ ୪୧-୪୧ଏ ର ସଫଳ ସଂଯୋଗ କାର୍ଯ୍ୟ, ଦୁର୍ଗମ ଭୂ-ଭାଗରେ ବୃହତ ରେଳ ଭିତ୍ତିଭୂମି କାର୍ଯ୍ୟ ସମ୍ପାଦନ କରିବାରେ ଥିବା ସଠିକତା ଏବଂ ଇଞ୍ଜିନିୟରିଂ ଦକ୍ଷତାକୁ ପ୍ରତିଫଳିତ କରେ। ଏହି ସଫଳତା କୋଟ୍ଟାଭାଲାସା-କୋରାପୁଟ ଡବଲିଂ ପ୍ରକଳ୍ପର ସମାପ୍ତି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଚିହ୍ନିତ କରେ। ଏହି ଟନେଲ୍ ସଂଯୋଗ କାର୍ଯ୍ୟର ସମାପ୍ତି ଡବଲିଂ ପ୍ରକଳ୍ପର କ୍ରମାଗତ ବିକାଶରେ ସହାୟକ ହେବ ଏବଂ କୋଟ୍ଟାଭାଲାସା-କୋରାପୁଟ ସେକ୍ସନରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ, ଏହା ଲାଇନ୍ କ୍ଷମତା ବୃଦ୍ଧି କରିବ, ପରିଚାଳନାଗତ ଦକ୍ଷତାକୁ ଉନ୍ନତ କରିବ ଏବଂ ଏହି ଅଞ୍ଚଳରେ ମାଲବାହୀ ତଥା ଯାତ୍ରୀବାହୀ ଟ୍ରେନ୍ ର ସୁଗମ ଚଳାଚଳକୁ ସୁନିଶ୍ଚିତ କରିବ। ଏନେଇ ରେଳ ବିଭାଗ ତରଫରୁ ସୂଚନା ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି