ରାଷ୍ଟ୍ରଦୀପ ପ୍ରସାର ସମିତିର ବନ ମହୋତ୍ସବ ଓ ବୃକ୍ଷରୋପଣ ଉଦଯାପନ କାର୍ଯ୍ୟକ୍ରମ
ଜୟପୁର, ୩ ଅକ୍ଟୋବର (ହି.ସ.)- ରାଷ୍ଟ୍ରଦୀପ ପ୍ରସାର ସମିତି, ଦାମନଯୋଡି ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ୨୦୨୬ ମସିହାର ବନ ମହୋତ୍ସଵ ଓ ବୃକ୍ଷରୋପଣ ଉଦ୍ ଯାପନ କାର୍ଯ୍ୟକ୍ରମ ସ୍ଥାନୀୟ ଗୁଣ୍ଡିଚାମନ୍ଦିର କଲ୍ୟାଣମଣ୍ଡପ, ଦାମନଯୋଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଇଂଜିନିଅର ପୁରୁଷୋତ୍ତମ ମହାନ
ରାଷ୍ଟ୍ରଦୀପ ପ୍ରସାର ସମିତିର ବନମହୋତ୍ସବ ଓ ବୃକ୍ଷରୋପଣ ଉଦ୍ ଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, ୩ ଅକ୍ଟୋବର (ହି.ସ.)- ରାଷ୍ଟ୍ରଦୀପ ପ୍ରସାର ସମିତି, ଦାମନଯୋଡି ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ୨୦୨୬ ମସିହାର ବନ ମହୋତ୍ସଵ ଓ ବୃକ୍ଷରୋପଣ ଉଦ୍ ଯାପନ କାର୍ଯ୍ୟକ୍ରମ ସ୍ଥାନୀୟ ଗୁଣ୍ଡିଚାମନ୍ଦିର କଲ୍ୟାଣମଣ୍ଡପ, ଦାମନଯୋଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଇଂଜିନିଅର ପୁରୁଷୋତ୍ତମ ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ନାଲ୍କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ନାଲ୍କୋ ପର୍ଯ୍ୟ।ବରଣ ଓ ନଗର ଉନ୍ନୟନ ବିଭାଗର ମହାପ୍ରବନ୍ଧକ ଇଂ. ସଞ୍ଜୟ କୁମାର ପଟ୍ଟନାୟକ, ଆଲୁମିନା ବିଶୋଧନ ପ୍ରକଳ୍ପର ମହାପ୍ରବନ୍ଧକ ଦିଲ୍ଲୀପ କୁମାର ବାଗ ଓ କୁନ୍ଦୁଲି ଗୁରୁକୁଳ ଆଶ୍ରମର ପିଠାଧୀଶ ଆଚାର୍ଯ୍ୟ ମନୁଦେଵ ବାଗ୍ମୀ ଯଥାକ୍ରମେ ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ। ବିଶିଷ୍ଟ ଶିକ୍ଷାବିତ ଡ. ପ୍ରଦୀପ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବୃକ୍ଷରୋପଣ ଓ ବନ ମହୋତ୍ସଵର ଆବଶ୍ୟକତା, ବାସ୍ତବିକତା ତଥା ପର୍ଯ୍ୟବରଣ ସୁରକ୍ଷା ଦିଗରେ ଏହାର ମହତ୍ଵ ଉପରେ ଗୁରୁତ୍ଵାରୋପ କରିବା ସହ ରାଷ୍ଟ୍ରଦୀପ ପ୍ରସାର ସମିତିର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।ରାଷ୍ଟ୍ରଦୀପ ପ୍ରସାର ସମିତି କେବଳ ପର୍ଯ୍ୟ।ବରଣ ସୁରକ୍ଷା କାର୍ଯ୍ୟ ଭିତରେ ସିମୀତ ହୋଇ ରହିନାହିଁ ବରଂ ଶିକ୍ଷା, ସମାଜସେବା, ରାଷ୍ଟ୍ରୀୟ କାର୍ଯ୍ୟ ନିମନ୍ତେ ଆହୋରାତ୍ର ନିଜକୁ ସମର୍ପିତ କରିଛି ବୋଲି ସମ୍ପାଦକ ତଥା ଆବାହକ ଡ଼. ଜଳେନ୍ଦ୍ର ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ପର୍ଯ୍ୟ।ବରଣ ସୁରକ୍ଷା ଦିଗରେ କାର୍ଯ୍ୟକରିଥିବା ଜୟପୁରର ତଥା ବନବାସୀ କଲ୍ୟାଣ ଆଶ୍ରମ, ଓଡିଶା ଯୁବା ଅୟ।ମ ବିଭାଗର ସହ ପ୍ରାନ୍ତ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ର, ଦାମନଯୋଡିର ସମାଜସେବୀ ନିମାଇଁ ଶଙ୍କର ଷଡଙ୍ଗୀ, ପଟ୍ଟାଙ୍ଗୀର ସମାଜସେବୀ ବଳରାମ ବାରିକଙ୍କ ସମେତ ସମିତିର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା ଅନେକ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡଃ. ଅଶୋକ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ପଣ୍ଡିତ ନାରାୟଣ ସାହୁ ଓ ରବୀନ୍ଦ୍ର କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୋମନାଥ ସାମନ୍ତରାୟ, ମୁରଲୀଧର ମହାପାତ୍ର, ଅଶୋକ କୁମାର ସେଠି, ଅଜୟ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande