
ଝାରସୁଗୁଡ଼ା, ୦୩ ଅକ୍ଟୋବର (ହି.ସ.) ଡିଏମଏଫ ଅଡିଟୋରିୟମ ହଲେରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତା ତଥା ଆରକ୍ଷୀ ଅଧୀକ୍ଷକ ଜି. ଆର୍ର ରାଘବେନ୍ଦ୍ରଙ୍କ ଉପସ୍ଥିତିରେ ହୋଇଥିବା ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ମଧ୍ୟ ପୂଜା କମିଟିଗୁଡ଼ିକର ସୁବିଧା ତଥା ବିଭିନ୍ନ ବିଭାଗୀୟ ଅନୁମତି ପ୍ରକ୍ରିୟାକୁ ସରଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍' ଆରମ୍ଭ କରାଯାଇଅଛି।
ଆଜିଠାରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ସ୍ୱତନ୍ତ୍ର କାଉଂଟର କାର୍ଯ୍ୟକ୍ଷମ ହେଉଅଛି। ଏହା ମାଧ୍ୟମରେ ପୂଜା ମଣ୍ଡପ ନିର୍ମାଣ, ବିଦ୍ୟୁତ ସଂଯୋଗ, ଅଗ୍ନିଶମ ସୁରକ୍ଷା ଏବଂ ଧ୍ୱନି ପ୍ରଦୂଷଣ ନିୟନ୍ତ୍ରଣ ଭଳି ଆବଶ୍ୟକୀୟ ସମସ୍ତ ସରକାରୀ ଅନୁମତି ପତ୍ର କମିଟିଗୁଡ଼ିକ ଗୋଟିଏ ସ୍ଥାନରୁ ହିଁ ସହଜରେ ହାସଲ କରିପାରିବେ, ଯାହା ଫଳରେ ସେମାନଙ୍କୁ ବିଭିନ୍ନ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ।
-----------------
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ