
ବଲାଙ୍ଗିର, ୦୩ ଅକ୍ଟୋବର (ହି.ସ.) - ଆସନ୍ତା ଅକ୍ଟୋବର ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ଓଡ଼ିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ଚାମ୍ପିଅନସିପରେ୧୪ ଏବଂ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାମାନେ ଅଂଶଗ୍ରହଣ କରିବେ।
ଏହି ପ୍ରତିଯୋଗିତାଗୁଡ଼ିକ ପି.ଆର. ହାଇସ୍କୁଲ ଇନଡୋର ଷ୍ଟାଡିୟମ, ପି.ଆର. ହାଇସ୍କୁଲ କ୍ୟାମ୍ପସ, ଟାଉନ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଏନ୍.ଜେ.ଭି.ପି. (ମିଶନ) ପଡ଼ିଆଠାରେ ଆୟୋଜିତ ହେବ। ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ୧୦୦୦ ରୁ ଅଧିକ ପ୍ରତିଯୋଗୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅତିଥି ଓ ପ୍ରତିନିଧୀମାନଙ୍କ ରହଣି ପାଇଁ ପି.ଆର. ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ (ପୁରୁଣା ଓ ନୂତନ ବ୍ଲକ), ଆର.ଜି. ହିନ୍ଦୀ ହାଇସ୍କୁଲ, ପି.ପି. ଏକାଡେମୀ, ଟାଉନ୍ ବାଳିକା ହାଇସ୍କୁଲ, ଟାଉନ୍ ଗଭର୍ଣ୍ଣମେଂଟ ହାଇସ୍କୁଲ, ଇ.ଟି.ଇ.ଆଇ. ବଲାଙ୍ଗୀର, ଶାନ୍ତିପଡ଼ା କଲ୍ୟାଣ ମଣ୍ଡପ, ସୁଦପଡ଼ା କଲ୍ୟାଣ ମଣ୍ଡପ ଏବଂ ଲକ୍ଷ୍ମୀନଗର କଲ୍ୟାଣ ମଣ୍ଡପକୁ ଚୟନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ