
ବଲାଙ୍ଗିର ୩ ଅକ୍ଟୋବର (ହି.ସ.) - ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ବନ୍ୟା, ବାତ୍ୟା ଓ ମରୁଡି ସମୟରେ କ୍ଷତିଗ୍ରସ୍ତ ଚାଷୀ, ବିପନ୍ନ ଜନତାଙ୍କୁ ତୁରନ୍ତ ଆର୍ôଥକ ସହାୟତା ଯୋଗାଇବା ପାଇଁ ସମସ୍ତ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର ବ୍ୟବସ୍ଥା ରହିଛି । ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରେ ବର୍ତମାନ ପ୍ରାୟ ୬୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଗଚ୍ଛିତ ରହିଥିବା ଜଣାପଡିଛି । ବଲାଙ୍ଗିରର ବିଶିଷ୍ଟ ସୂଚନା କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରଦାନ କରାଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଛି ଯେ, ଓଡିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଗତ ୨୦ ବର୍ଷରେ ତଥା ୨୦୦୬-୦୭ ରୁ ୨୦୨୫-୨୬ ପର୍ଯ୍ୟନ୍ତ ସି ଆର୍ ଏଫ/ଏସ୍ ଡି ଆରଏଫ ଓ ଏନ ଡି ଆର ଏଫ/ଏନ ସି ସି ଏଫ ଅଧିନରେ ରାଜ୍ୟକୁ ମୋଟ ୨୬୫୧୨. ୮୨ କୋଟି ଟଙ୍କା ମିଳିଛି । ଏହି ଟଙ୍କାରୁ ସି ଆର୍ ଏଫ୍/ଏସ ଡି ଆର ଏଫ୍ ରେ ୧୮୭୫୭.୭୭ କୋଟି ଟଙ୍କା ମିଳିଥିବା ବେଳେ ଏନ୍ ସି ସି ଏଫ/ଏନ ଡି ଆର ଏଫରେ ୭୭୫୫.୦୫ କୋଟି ମିଳିଥିବା ସରକାରୀ ତଥ୍ୟରୁ ଜଣାପଡିଛି । ସି ଆର ଏଫ/ ଏସ୍ ଡି ଆର ଏଫ ଅଧିନରେ ମିଳିଥିବା ୧୮୭୫୭.୭୭ କୋଟି ଟଙ୍କାରୁ ୧୪୦୬୮.୩୨ କୋଟି ତଥା ୭୫ ପ୍ରତିଶତ କେନ୍ଦ୍ର ସରକାର ପ୍ରଦାନ କରିଥିବା ବେଳେ ରାଜ୍ୟର ଭାଗ ୪୬୮୯.୧୩ କୋଟି ଟଙ୍କା । ଗତ ୨୦ ବର୍ଷରେ ଏନ୍ ସି ସି ଏଫ୍/ ଏନ୍ ଡି ଆର୍ ଏଫ୍ ଅଧିନରେ ମିଳିଥିବା କେନ୍ଦ୍ରୀୟ ସହାୟତାରୁ ଆଜି ପର?୍ୟ୍ୟନ୍ତ ରାଜ୍ୟକୁ ମିଳିଥିବା ୭୭୫୫.୦୫ କୋଟି ଟଙ୍କାରୁ ୨୦୧୯-୨୦ ମସିହାରେ ସର୍ବକାଳୀନ ଅଧିକ ପାଣ୍ଠି ତଥା ୩୧୧୪.୪୫ କୋଟି ଓ ୧୭୯.୬୪ କୋଟି ଟଙ୍କା ଯଥାକ୍ରମେ ଫନି ଓ ବୁଲବୁଲ ବାତ୍ୟା ପାଇଁ ମିଳିଥିବା ଜଣାପଡିଛି । ଏହା ପୂର୍ବରୁ ୨୦୧୧-୧୨ ମସିହାରେ ଅଦିନିଆ ବର୍ଷା ଜନିତ ବନ୍ୟା ପାଇଁ ୧୦୩୮.୮୨ କୋଟି ଟଙ୍କା ସହାୟତା ମିଳିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ୨୦୨୫-୨୬ ଆର୍ôଥକ ବର୍ଷ ଆରମ୍ଭରେ ୬୪୬୮.୫୯ କୋଟି ଟଙ୍କାର ଓପନିଙ୍ଗ ବାଲାନ୍ସ ରହିଛି । ୨୦୨୩-୨୪ ଆର୍ôଥକ ବର୍ଷ ଆରମ୍ଭରେ ଏହା ୩୨୦୮.୨୪ କୋଟି ଥରଲା । ଓଡିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ତଥା ବନ୍ୟା, ବାତ୍ୟା, ମରୁଡିରେ ରାଜ୍ୟର ନିତିଦିନିଆ ଦୁଃଖ ହୋଇଥିବା ବେଳେ ମାତ୍ର ଦୁଇ ବର୍ଷରେ ବଳକା ରାଶି ଦ୍ୱିଗୁଣିତ ହୋଇଛି । ରାଜ୍ୟର ସାଧାରଣ ଜନତା ବନ୍ୟା,ବାତ୍ୟାରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବେଳେ ଏହି ବିପୁଳ ପାଣ୍ଠିର ସଦୁପଯୋଗ ହୋଇପାରୁ ନାହିଁ ବୋଲି ସୂଚନା କର୍ମି ପଣ୍ଡା ଗୁରୁତର ଅଭିଯୋଗ କରିଛନ୍ତି । ଏହି ୨୦ ବର୍ଷରେ ରାଜ୍ୟର ମରୁଡି କ୍ଲିଷ୍ଟ ଏବଂ ଅପେକ୍ଷାକୃତ ଅବିକଶିତ କେବିକେ ଅଂଚଳକୁ ଆବଶ୍ୟକତା ଠାରୁ ଅତ୍ୟନ୍ତ କମ ସହାୟତା ପ୍ରଦାନ କରାଯାଇଛି ବୋଲି ମଧ୍ୟ ପଣ୍ଡା କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ