ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ମିଠା ଓ ପାଉଁରୁଟି ଫାକ୍ଟ୍ରି
ଘଟଗାଁ , ୩ ଅକ୍ଟୋବର (ହି.ସ.) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରଗୋଡା ଗାଁରେ ପାଉଁରୁଟି ଫାକ୍ଟ୍ରି ଖାଦ୍ୟ ସୁରକ୍ଷା ବିଭାଗର ବିନା ଅନୁମତିରେ ଚାଲୁଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ହେବ ଅସ୍ୱାସ୍ଥ୍ୟକର ପରିବେଶରେ ପାଉଁରୁଟ ଓ ମିଠା ଫେକ୍ଟ୍ରି ଚାଲିଥିଲେ ହେଁ ଖାଦ୍ୟ ସୁରକ୍ଷା ବିଭାଗ ନିକଟରେ
ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ମିଠା ଓ ପାଉଁରୁଟି ଫାକ୍ଟ୍ରି


ଘଟଗାଁ , ୩ ଅକ୍ଟୋବର (ହି.ସ.) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରଗୋଡା ଗାଁରେ ପାଉଁରୁଟି ଫାକ୍ଟ୍ରି ଖାଦ୍ୟ ସୁରକ୍ଷା ବିଭାଗର ବିନା ଅନୁମତିରେ ଚାଲୁଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ହେବ ଅସ୍ୱାସ୍ଥ୍ୟକର ପରିବେଶରେ ପାଉଁରୁଟ ଓ ମିଠା ଫେକ୍ଟ୍ରି ଚାଲିଥିଲେ ହେଁ ଖାଦ୍ୟ ସୁରକ୍ଷା ବିଭାଗ ନିକଟରେ ଏହାର ସୂଚନା ନାହିଁ । ବରଗୁଡା ଗ୍ରାମରେ ଦୁଇଟି ପାଉଁରୁଟି ଫାକ୍ଟ୍ରି ଚାଲିଛି । ଯେଉଁ ସ୍ଥାନରେ ଲୋକଙ୍କ ଖାଇବା ପାଇଁ ପାଉଁରୁଟି ପ୍ରସୁତ ହେଉଛି ସେଠାରେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଆଦୌ ଦୃଷ୍ଟି ଦିଆଯାଉନାର୍ହି । ଏହି ସ୍ଥାନରୁ ପାଉଁରୁଟି ଏବଂ ମିଠା ପ୍ରସ୍ତୁତ ହୋଇ ହରିଚନ୍ଦନପୁର ଏବଂ ଘଟଗାଁ ବ୍ଲକର ବିଭିନ୍ନ ଦୋକାନ କୁ ବିକ୍ରୀ କରାଯାଉଛି । ଯେଉଁ ସ୍ଥାନରେ ଏହା ପ୍ରସ୍ତୁତ ହେଉଛି ସେଠାରେ ସ୍ୱଚ୍ଛତା ପ୍ରତି ଆଦୌ ଦୃଷ୍ଟି ଦିଆଯାଉନାହିଁ । ପାଉଁରୁଟି ଓ ମିଠା ଆଦି ପ୍ରସୁତ କରାଯିବା ପରେ ତାକୁ ଅସ୍ୱାସ୍ଥ୍ୟକର ପରିବେଶରେ ଘର ଚଟାଣରେ ପଲିଥିନ ଉପରେ ରଖାଯାଉଛି ।ପ୍ରସ୍ତୁତ ପରେ ମାଛି ବସୁଥିବା ମଧ୍ୟ ଖବର ମିଳୁଛି। ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତ ଙ୍କୁ ଏ ନେଇ ପଚାରିବାରୁ ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

----------------

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande