
ଘଟଗାଁ, ୩ ଅକ୍ଟୋବର (ହି.ସ.) - ଶିଳାନ୍ୟାସରେ ଅଟକି ଗଲା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ଚାରି ମାସରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ସୁଧା ଆଗକୁ ଆଗେଇ ପାରୁ ନାହିଁ କାର୍ଯ୍ୟ। କେବଳ ଭିତି ପ୍ରସ୍ତର ସ୍ଥାପନରେ ଅଟକି ରହିଛି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ।ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିକ୍ଷାର ମୂଳଦୁଆ ସୁଦୃଢ ଏବଂ ଉନ୍ନତ ମାନର ଜ୍ଞାନ କୌଶଳ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ ଲାଗି ବିଭିହ୍ନ ପଂଚାୟତ ଗୁଡିକରେ ପାଂଚ ଏକର ଜାଗାରେ ଖେଳ ପଡିଆ, ଫୁଲ ବଗିଚା ପାର୍କ ସାଙ୍ଗକୁ ଅତ୍ୟାଧୁନିକ ଶ୍ରେଣୀ ଲାଗି ପଂଚାୟତ ଗୁଡିକରେ ସ୍ଥାନ ନିରୂପଣ ପରେ ଅର୍ଥ ମଞ୍ଜୁର କରିଥିଲେ। ଦୁଃଖର ବିଷୟ ଦ୍ୱିତୀୟ ପର୍ଯ୍ୟାୟରେ ଘସିପୁରା ନିର୍ବାଚନ ମଣ୍ଡଳୀ ଘଟଗାଁ ବ୍ଲକ ବିନିଦା ପଂଚାୟତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିନିଦା ଠାରେ ସ୍ଥାନ ନିରୂପଣ କରାଯାଇ ଗତ ଜୁନ ମାସ ୭ ତାରିଖ ଭିତି ପ୍ରସ୍ତର ସ୍ଥାପନା କରାଯାଇଥିଲେ ସୁଧା ଦୀର୍ଘ ଚାରି ମାସ ପରେ ସୁଧା ଶିଳା ନିଶ୍ୟା କାର୍ଯ୍ୟରୁ ଆଗକୁ ଆଗେଇ ପାରୁ ନାହିଁ।ଉକ୍ତ ସମସ୍ୟା କୁ ନେଇ ଘଟଗାଁ ବ୍ଲକ ଶିକ୍ଷା ମଣ୍ଡଳ ଅଧିକାରୀଙ୍କୁ ପଚାରି ବୁଝିବା ପରେ ମଣ୍ଡଳ ଅଧିକାରୀ କହିଛନ୍ତି ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ଜାଗା ଅଭାବ କାରଣରୁ ପ୍ରକଳ୍ପ କାର୍ଯ୍ୟ ଆଗକୁ ଆଗେଇ ପାରୁ ନାହିଁ। ତେବେ ସମସ୍ୟାକୁ ନେଇ ସାଧାରଣରେ ଆଲୋଚନା ପୂର୍ବରୁ କଣ ମାପଚୁପ ହେଇ ନଥିଲାକି ଯଦିଓ ହୋଇଥିଲା କେମିତି ଜାଣି ପାରିଲେ ନାହିଁ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ