
ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ରାମପୁର ପଚାଂୟତ ଅଳାଉତି ସ୍କୁଲ ପରିସରରେ କେୟାର ନେତ୍ରମ ଭୁବନେଶ୍ୱର ଆନୁକୂଲ୍ୟରେ ୟୁନିଟ୍ ଫର ସେବା ସହଯୋଗରେ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ୧୪୫ ଜଣଙ୍କର ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୭ ଜଣ ଅଭାବୀ ବୟସ୍କ ବୃଦ୍ଧ ବୃଦ୍ଧା, ଦୁଇଜଣ ବାଳକ ଏବଂ ତିନିଜଣ ଭିନ୍ନକ୍ଷମଙ୍କୁ ସେବା ପରିବାର ପକ୍ଷରୁ ଚଷମା ଯୋଗାଇ ଦିଆଯାଇଛି । ଅନ୍ୟ ପକ୍ଷରେ ୧୧ ଜଣଙ୍କର ମୋତିଆବିନ୍ଦୁ ଚହ୍ନଟ କରାଯାଇ ଅସ୍ତ୍ରୋପଚାର କରାଯିବ । ନେତ୍ରସାଥୀ ତିଳୋତମା ବାରିକ, ଜିଲ୍ଲା ସଂଯୋଜକ ବିଶ୍ୱଭୂଷଣ ଦାସ, ଦିପ୍ତିମୟୀ ପୃଷ୍ଟି, ରୁନୁ ନାୟକ, ରୋଜାଲିନ ଘଡେଇ, ଚକ୍ରଧର ବେହେରା, ଶୁଭ୍ରସ୍ମିତା ବେହେରା ଚକ୍ଷୁ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମକୁ ପ୍ରାରମ୍ଭରେ ଅଳାଉତି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ଦାସ ଉଦଘାଟନ କରିଥିଲେ । ସାମାଜିକ ସଂଗଠନର ସଭାପତି ଅମରେନ୍ଦ୍ର ବାରିକ, ସୁଧିର ରାଉତ,ରାକେଶ ଭୂୟାଁ, ଗଙ୍ଗାଧର ନାୟକ, ଅଜିତ ଭୂୟାଁ, ଶଙ୍କର୍ଷଣ ଓଝା, ଶମ୍ଭୁନାଥ ସୂତାର, ବୃନ୍ଦାବନ ଦେହୁରୀ, ରାଜ କୁମାର ସାହୁ, ସତ୍ୟବ୍ରତ ଭୂୟାଁ, ସୁରେନ୍ଦ୍ର ସେଠୀ, ଦେବାଶିଷ ଭୂୟାଁ, ସତ୍ୟରଞ୍ଜନ ପଣ୍ଡା, ମାନସ ଓଝା, ସରୋଜ ପଲେଇ, ସପନ ବାରିକ, ଦେବାଶିଷ ନାୟକ, ବାଦଲ କୁମାର ଜେନା, ଜୟଦେବ ରାଉତ, ସତ୍ୟପ୍ରକାଶ ପଲେଇ, ବବୁଲ ସେଠୀ ପ୍ରମୁଖ ସହଯୋଗ କରିିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ