ଲୋଇସିଂହା ବ୍ଲକ ବୁଢ଼ୀପଦର ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ
ବଲାଙ୍ଗିର, ୦୩ ଅକ୍ଟୋବର (ହି.ସ.) ଲୋଇସିଂହା ବ୍ଲକ ବୁଢ଼ୀପଦର ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଂଚ ଲକ୍ଷ୍ମୀ ପଧାନ୍, ଲୋଇସିଂହା ବିଡ଼ିଓ ଅକ୍ଷୟପାଣି ଉଡୁ, କନିଷ୍ଠ ଯନ୍ତ୍ରୀ କେଦାରନାଥ ମେହେର, ନିର୍ବାହୀ ଅଧିକାରୀ ପ୍ରହ୍ଲାଦ ବେହେରା, ଏଡିଇଓ ଜିତେନ୍ଦ୍ରିୟ ସାହୁ, ସମାଜ
ଲୋଇସିଂହା ବ୍ଲକ ବୁଢ଼ୀପଦର ଗ୍ରାମରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ


ବଲାଙ୍ଗିର, ୦୩ ଅକ୍ଟୋବର (ହି.ସ.) ଲୋଇସିଂହା ବ୍ଲକ ବୁଢ଼ୀପଦର ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଂଚ ଲକ୍ଷ୍ମୀ ପଧାନ୍, ଲୋଇସିଂହା ବିଡ଼ିଓ ଅକ୍ଷୟପାଣି ଉଡୁ, କନିଷ୍ଠ ଯନ୍ତ୍ରୀ କେଦାରନାଥ ମେହେର, ନିର୍ବାହୀ ଅଧିକାରୀ ପ୍ରହ୍ଲାଦ ବେହେରା, ଏଡିଇଓ ଜିତେନ୍ଦ୍ରିୟ ସାହୁ, ସମାଜସେବୀ ଯୁଧିଷ୍ଟିର ପଧାନଙ୍କ ସମେତ ଜିଲ୍ଲାସ୍ତରୀୟ କର୍ମଚରୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସରପଂଚ ଶ୍ରୀମତୀ ପଧାନ ତାଙ୍କର ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଗ୍ରାମସଭାର ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । ଶିଶୁ ଶ୍ରମିକ କିପରି ରୋକାଯାଇ ପାରିବା ସହିତ ଲୋକେ ସଚେତନ ହୋଇପାରିବେ ସେ ଉପରେ ଅଭିଜିତ ପଣ୍ଡା ବକ୍ତବ୍ୟ ରଖିଥିଲେ । ବବିତା ପ୍ରଧାନ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ସଫେଇ କାର୍ଯ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବୁଢିପଦର ପଂଚାୟତ ସମେତ ମା’ ଲକ୍ଷ୍ମୀ ଏସ୍ଏଚ୍ଜି ଓ ସଫେଇ ମିତ୍ର ଜୟକୃଷ୍ଣ ସୁନାଙ୍କୁ ବ୍ଲକ୍ ପ୍ରଶାସନ ତରଫରୁ ସମ୍ୱର୍ଦ୍ଧିତ କରାଯାଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ଆଲୋକପାତ କରିବା ସହିତ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

------------

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande