ଏସୀୟ କ୍ରୀଡା ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.)- ଏସୀୟ କ୍ରୀଡା ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ସୋସିଆଲ ମିଡିଆ ଏକ୍ସରେ ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ,ଏସିଆନ୍ ଗେମ୍ସ ୨୦୨୬ରେ ମ
ଏସୀୟ କ୍ରୀଡା ପଦକ     ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.)- ଏସୀୟ କ୍ରୀଡା

ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ସୋସିଆଲ ମିଡିଆ

ଏକ୍ସରେ ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ,ଏସିଆନ୍ ଗେମ୍ସ ୨୦୨୬ରେ

ମହିଳା ଟିମ୍ ଗଲ୍ଫ୍ରେ ରୌପ୍ୟ ପଦକ ଜିତିଥିବା ପ୍ରଣବୀ ଉର୍ସ, ଅଦିତି

ଅଶୋକ ଓ ଦୀକ୍ଷା ଡାଗରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏଥିସହ ମହିଳା ବ୍ୟକ୍ତିଗତ ଗଲ୍ଫ୍ରେ

ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଣବୀ ଉର୍ସଙ୍କୁ ମଧ୍ୟ ଅଭିନନ୍ଦନ। ଆମ ମହିଳା ଗଲ୍ଫ୍

ଖେଳାଳିମାନଙ୍କ ଦକ୍ଷତା, ନିରନ୍ତରତା ଓ ଦୃଢ଼ ସଂକଳ୍ପର ଏହା ଏକ ଅତ୍ୟନ୍ତ ଉଲ୍ଲେଖନୀୟ ଦୁଇଟି

ସଫଳତା। ଏହା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ!

ଅନ୍ୟ ଏକ ବାର୍ତ୍ତାରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଏସିଆନ୍ ଗେମ୍ସ ୨୦୨୬ରେ ମହିଳା ବ୍ୟକ୍ତିଗତ ରିକର୍ଭରେ ସ୍ୱର୍ଣ୍ଣ ପଦକ

ଜିତିଥିବା କୁମକୁମ ଅନିଲ ମୋହୋଡଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ନିର୍ଣ୍ଣାୟକ ସମୟରେ ତାଙ୍କର

ଅସାଧାରଣ ଧୈର୍ଯ୍ୟ ଓ ମନୋବଳ ଭାରତୀୟ ତୀରନ୍ଦାଜୀ ପାଇଁ ଆଉ ଏକ ଗର୍ବର ମୁହୂର୍ତ୍ତ ଆଣିଛି।

ଆଉ ଏକ ବାର୍ତ୍ତା ଜାରି କରି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏସିଆନ୍ ଗେମ୍ସ ୨୦୨୬ରେ ପୁରୁଷ ବ୍ୟକ୍ତିଗତ

ରିକର୍ଭ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ନୀରଜ ଚୌହାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏହା

ଭାରତୀୟ ତୀରନ୍ଦାଜୀ ପାଇଁ ଏକ ଗର୍ବର ମୁହୂର୍ତ୍ତ! ନୀରଜ ଚୌହାନଙ୍କୁ ଆଗାମୀ ଦିନରେ ମଧ୍ୟ

ନିରନ୍ତର ସଫଳତା ଓ ଗୌରବ କାମନା କରୁଛି।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ,ଏସୀୟ କ୍ରୀଡାରେ ଇତିହାସ ରଚିଛନ୍ତି ପ୍ରଣବୀ ଶରତ ଉର୍ସ।

ମହିଳା ବ୍ୟକ୍ତିଗତ ଗଲ୍ଫ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ସେ ଭାରତ ପାଇଁ ଆଣିଛନ୍ତି ଗର୍ବର

ମୁହୂର୍ତ୍ତ! ଏହି ଐତିହାସିକ ବିଜୟ ସହ ସେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ

ଭାରତୀୟ ମହିଳା ଗଲ୍ଫର୍ ହୋଇଛନ୍ତି—ଯାହା ଭାରତୀୟ ଗଲ୍ଫ୍ ଓ ମହିଳା କ୍ରୀଡ଼ା ଜଗତ ପାଇଁ ଏକ

ଐତିହାସିକ ମୁହୂର୍ତ୍ତ। ତାଙ୍କର ଏହି ବିଜୟ କେବଳ ଏକ ପଦକ ନୁହେଁ, ବରଂ

ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଭାରତର ବଢ଼ୁଥିବା ପ୍ରଭାବର ଏକ ଶକ୍ତିଶାଳୀ ପ୍ରମାଣ।

ଅନ୍ୟ ଏକ ବାର୍ତ୍ତାରେ

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ରୀଡାରେ ମହିଳା ବ୍ୟକ୍ତିଗତ ଗଲ୍ଫ୍ ଇଭେଣ୍ଟରେ ସ୍ୱର୍ଣ୍ଣ

ପଦକ ଜିତି ପ୍ରଣବୀ ଶରତ ଉର୍ସ ଇତିହାସ ରଚିଛନ୍ତି! ଏହି ଐତିହାସିକ ବିଜୟ ସହ ସେ ଏସିଆନ୍

ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ଗଲ୍ଫର୍ ହୋଇଛନ୍ତି—ଯାହା

ଭାରତୀୟ ଗଲ୍ଫ୍ ଓ ମହିଳା କ୍ରୀଡ଼ା ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ତାଙ୍କର ଏହି ବିଜୟ କେବଳ

ଏକ ପଦକ ନୁହେଁ, ବରଂ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଭାରତର ବଢ଼ୁଥିବା ପ୍ରଭାବର ଏକ

ଶକ୍ତିଶାଳୀ ପ୍ରମାଣ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande