
ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ନିଖିଳ ଓଡ଼ିଶା ପୂର୍ବତନ ସରପଂଚ ଓ ସମିତିସଭ୍ୟ ମହାସଂଘ ପକ୍ଷରୁ ଅବସରକାରୀନ ଭତା ଦାବି କରି ଲୋୟର ପିଏମଜି ଗାନ୍ଧୀମାର୍ଗଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୩୦ଗୋଟି ଜିଲ୍ଲାରୁ ଆସିଥିବା ସମସ୍ତ ପୂର୍ବତନ ସରପଂଚ ଓ ସମିତିସଭ୍ୟମାନେ ଏକତ୍ରିତ ହୋଇ ପୂର୍ବତନ ସରପଞ୍ଚମାନଙ୍କୁ ମାସିକ ଭତା ୫ ହଜାର ଟଙ୍କା , ପରିଚୟ ପତ୍ର ପ୍ରଦାନ ଏବଂ ସଂଘ ପାଇଁ ଏକ ସରକାରୀ ଗୃହ ଯୋଗାଇ ଦେବାକୁ ଦାବି ଜଣାଇଛନ୍ତି। ଉକ୍ତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦିକା ସିଲା ମାରାଣ୍ଡି, ସମ୍ପାଦକ ପ୍ରମୋଦ କୁମାର ସାମଲ, ବିଭିନ୍ନ ଜିଲ୍ଲାର ସଭାପତି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏକ ୪ ଜଣିଆ ପ୍ରତିନିଧି ଦଳ ଯଥା- ଦିଗାମ୍ବର ଜେନା, ଇନ୍ଦ୍ରମଣି ଦେହୁରୀ, ସଞ୍ଜୟ କୁମାର ପାତ୍ର, ଲିଙ୍ଗରାଜ ମହାନ୍ତି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା