ନିଶା ମଣିଷକୁ ସଇତାନ କରେ : ଏସ୍ପି ଶିତିକଣ୍ଠ କାନୁନଗୋ
ଧର୍ମଶାଳା,୩ଅକ୍ଟୋବର(ହି.ସ.) - ଯାଜପୁର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ ଜିଲା ଜନ ସଚେତନ ସଂସଦ’ପକ୍ଷରୁ ପବିତ୍ର ଗାନ୍ଧିଜୀଙ୍କ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ‘ ନିଶା ମୁକ୍ତ ସମାଜ ଗଠନରେ ଆମର ଭୂମିକା’ ଏକ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବ୍ଲକ ଭଗବାନପୁରସ୍ଥ
ନିଶା ମଣିଷକୁ ସଇତାନ କରେ : ଏସ୍ପି ଶିତିକଣ୍ଠ କାନୁନଗୋ


ଧର୍ମଶାଳା,୩ଅକ୍ଟୋବର(ହି.ସ.) - ଯାଜପୁର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ ଜିଲା ଜନ ସଚେତନ ସଂସଦ’ପକ୍ଷରୁ ପବିତ୍ର ଗାନ୍ଧିଜୀଙ୍କ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ‘ ନିଶା ମୁକ୍ତ ସମାଜ ଗଠନରେ ଆମର ଭୂମିକା’ ଏକ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବ୍ଲକ ଭଗବାନପୁରସ୍ଥ କମ୍ୟୁନିଟି ସେଂଟରଠାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ଏସ୍ପି ଶିତିକଣ୍ଠ କାନୁଗୋ ଯୋଗ ଦେଇ ନିଶା ମଣିଷକୁ ସଇତାନ କରେ ବୋଲି ମତବ୍ୟକ୍ତ କରିଥିଲେ । ସଂସଦର ଅବାହକ ନିର୍ମଳ ସାମଲଙ୍କ ଆବାହକରେ ସଭାପତି ଅମୀୟ କୁମାର ପରିଡା ସ୍ୱାଗତ ଭାଷଣ , ସଂଯୋଜକ ଅଭିମନ୍ୟୁ ଧଳ ଅନୁଷ୍ଠାନର ଆଭିମୁଖ୍ୟ ସମ୍ବଦ୍ଧରେ ସାମ୍ୟକ ସୂଚନା ପ୍ରଦାନ କରିଥିଲେ । ଓଡିଶା ନିଶାମୁକ୍ତ ଆନ୍ଦୋଳନର ପ୍ରମୁଖ ଭୂମିକା ନେଇ ଥିବା ସାମାଜିକ କର୍ମୀ ଦୃର୍ଗା ପ୍ରସାଦ ଦାଶ ମୁଖ୍ୟବକ୍ତାଭାବେ ଯୋଗ ଦାନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ରାଜ୍ୟ ମଦମୁକ୍ତ ସମାଜ ଗଠନର ମୁଖ୍ୟ ସାଧାରଣ ସମ୍ପାଦକ ଶୁଭେନ୍ଦୁ ରାଉତରାୟ,ପ୍ରାକ୍ତନ ପ୍ରଫେସର ଅଧ୍ୟକ୍ଷ କିଶୋର ଚନ୍ଦ୍ର ଜେନା, ସତ୍ୟ ନାରାୟଣ ପୃଷ୍ଟି,ଇଂ ନରେନ ଜେନା ଓ ଷ୍ଟାଲିନ ଜେନା ପ୍ରମୁଖ ଯୋଗ ଦେଇ ଜିଲା ଜନ ସଚେତନ ସଂସଦର ପଦକ୍ଷେପକୁ ସାଧୁବାଦ ଜଣାଇବା ସହିତ ଉଚ୍ଚ ପ୍ରଶଂସା କରିବା ସହ ନିଶା ମୁକ୍ତ ସମାଜ ଗଠନ ଆମର ସଙ୍କଳ୍ନ,ସୁସ୍ଥ ଜୀବନ ଆମର ଅଧିକାର ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର ନାଥ ଦାଶ,ସାମ୍ବାଦିକ ଶଭୁକାନ୍ତ ନାୟକ,ପ୍ରକାଶ ଚନ୍ଦ୍ର ଧଳ,ଅଜିତ କୁମାର ରାଉତ,ରମେଶ ଚନ୍ଦ୍ର ବେହେରା,କ୍ଷିରୋଦ ଚନ୍ଦ୍ର ରାୟ,ଦୁଷ୍ମନ୍ତ ଜେନା,ସଂଜୀବ କୁମାର ସାମଲ,ଦିବ୍ୟଜ୍ୟୋତି ସାମଲ,ପ୍ରଫୁଲ୍ଲ ବେହେରା,ବୁଲୁ ମଳିକ,ସୁବାଶ ମଳିକ ,ହୃଷିକେଶ ସାମଲ,ନରହରି ସାମଲ ଓ ବିଜୟ କୁମାର ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କୁନିକୁନି କଳାକାରଙ୍କୁ ନେଇ ନିଶାକୁ ନାଁ ବୋଲି ନୃତ୍ୟ ସଂଗୀତ ମାଧ୍ୟମରେ ସଚେତନତା ବାର୍ତା ପ୍ରଦାନ କରିଥିଲେ । ନିଶାପାନ ସମ୍ପୂର୍ଣ୍ଣ ତ୍ୟାଗ କରିଥିବା ବିବେକ ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଉପସ୍ଥିତ ଯୁବକ ଓ ଗ୍ରାମର ମୁରବୀମାନେ ନିଶା ତ୍ୟାଗ କରିବାକୁ ଶପଥ ନେଇଥିଲେ । ସର୍ବଶେଷରେ ଯୁବ ସାମାଜିକ କର୍ମୀ ରବିନ୍ଦ୍ର ନାରାୟଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande