ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ
ପୁରୀ, ୩ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ଜନସେବାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ଉପଲବ୍ଧି ଗୁଡକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ସମାଜର ବିଭିନ୍ନ ବର୍ଗଙ୍କୁ ୨୦୪୭ ବିକଶିତ ଭାରତ ସଂକଳ୍ପ ସହ ଯୋଡିବା ଉଦ୍ଦେଶ୍ୟରେ ଆରମ୍ଭ ହେଉଛି ସେବା
ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।


ପୁରୀ, ୩ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ଜନସେବାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ଉପଲବ୍ଧି ଗୁଡକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ସମାଜର ବିଭିନ୍ନ ବର୍ଗଙ୍କୁ ୨୦୪୭ ବିକଶିତ ଭାରତ ସଂକଳ୍ପ ସହ ଯୋଡିବା ଉଦ୍ଦେଶ୍ୟରେ ଆରମ୍ଭ ହେଉଛି ସେବା ସଂକଳ୍ପ ଅଭିଯାନ ୨୦୨୬। ଏହି ଆଧାରରେ ପୁରୀ ଜିଲ୍ଲା ସ୍ତରୀୟ ସେବା ଜ୍ୟୋତି ଯାତ୍ରା ଚଳିତ ମାସ ୭ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା କାର୍ଯ୍ୟକ୍ରମଟିକୁ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳନା ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ। ପୁରୀ ଜିଲ୍ଲା ସ୍ତର ସହ ପ୍ରତ୍ୟେକ ବ୍ଲକ ମାନଙ୍କରେ ଏହା ଆୟୋଜିତ ହେବ ବୋଲି ସେ କହିଥିଲେ। ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ, ପୁରୀ ଜିଲ୍ଲା ସ୍ତରୀୟ ସେବା ଜ୍ୟୋତି ଯାତ୍ରା ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରୁ ପୂର୍ବାହ୍ନ ୭ଟା ରୁ ଆରମ୍ଭ ହୋଇ ବଗଲା ଧର୍ମଶାଳାରେ ପହଞ୍ଚିବ। ବଗଲା ଧର୍ମଶାଳାରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହେବ।ଏଥିରେ ବିଭିନ୍ନ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶନ ସହ ବନ୍ଦେ ମାତରମ ସଂଗୀତ ଗାନ ବା ପରିବେଷଣ କରାଯିବ। ବିକଶିତ ଭାରତ ୨୦୪୭ ର ସାମୁହିକ ଶପଥ ପାଠ କରାଯିବ। ବଗଲା ଧର୍ମଶାଳାରେ ରଙ୍ଗୋଲୀ ବ୍ୟବସ୍ଥା ମହାନଗର ନିଗମର ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା କରାଯିବ। ସେବା ଜ୍ୟୋତି ବହନ କରୁଥିବା ଗୋଟିଏ ସୁସଜ୍ଜିତ ଯାନ ଶୋଭାଯାତ୍ରା ସମ୍ମୁଖରେ ଗତି କରିବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ବିଭିନ୍ନ ବିଭାଗ ସେମାନଙ୍କ ଦାୟିତ୍ଵକୁ ସଠିକ ଭାବେ ନିର୍ବାହ କରିବାକୁ ନିର୍ଦ୍ଦେଶ ଦିଆଗଲା। ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ମଞ୍ଚ ସଜ୍ଜା, ଏଲ ଇ ଡି, ସାଉଣ୍ଡ ବ୍ୟବସ୍ଥା, ସାସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା, ପରିଷ୍କାର ପରିଛନ୍ନତା, ଜଳଯୋଗର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ସେହିପରି ବ୍ଲକ ସ୍ତରରେ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟେକ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି ଅକ୍ଟୋବର ୭ ତାରିଖରେ ଏହି କାର୍ଯ୍ୟକ୍ରମକୁ କରିବେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି, ଏସପି ୨ ସୁଶୀଲ କୁମାର ମିଶ୍ର, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଲଲାଟେନ୍ଦୁ ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଏନଏସଏସ ର ଜିଲ୍ଲା ସଂଯୋଜକ ଗୋଲକ ବିହାରୀ ପଲେଇ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ବାଗତ ସହ କ୍ରୀଡା ବିଭାଗ ପକ୍ଷରୁ ମିଳିଥିବା ମାର୍ଗଦର୍ଶିକା ଆଧାରରେ ବୈଠକରେ ସୂଚନା ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande