
ଗଞ୍ଜାମ , 03 ଅକ୍ଟୋବର (ହି.ସ.)- )ସଦର ଥାନା ପୋଲିସ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ଯୌନ ନିର୍ଯାତନା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି। ବ୍ରହ୍ମପୁର ସଦର ଥାନା କେସ ନଂ ୫୮୭/୨୦୨୬ ୟୁ/ଏସ ୧୩୭(୨)/୬୪(୨)(ଏମ୍) ବିଏନଏସ୍ ସହ ସେକସନ୍ ୬ ପୋକ୍ସୋ ଆକ୍ଟ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତହେଲା ରାଜା ଓରଫ୍ କପିଳାଶ ବେହେରା (୨୪), ପିତା- ଦିବ୍ୟ ଚନ୍ଦ୍ର ବେହେରା । ତାର ଘର କନ୍ଧମାଳ ଜିଲ୍ଲା ରେବିଙ୍ଗା, ବାଲିଗୁଡାରେ। ଗତ ସେପ୍ଟେମ୍ବର ୧୭ ତାରିଖରେ ଅଭିଯୋଗକାରୀ ଥାନାରେ ଜଣାଇଥିଲେ ଯେ ତାଙ୍କ ୧୬ ବର୍ଷୀୟା ଝିଅ ୧୬ ତାରିଖରୁ ନିଖୋଜ ଥିଲା। କେସ ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରି ଥିଲା। ତଦନ୍ତ ବେଳେ ୦୨ ଅକ୍ଟୋବରରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତକୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ