ଜୟପୁର ସାହିତ୍ୟ ପରିଷଦର କାର୍ଯ୍ୟକାରିଣୀ ବୈଠକ : ସାହିତ୍ୟ ଭବନ, ମୁଖପତ୍ର ପ୍ରକାଶନ ଓ ପୁସ୍ତକ ମେଳା ଆୟୋଜନ ଉପରେ ଗୁରୁତ୍ଵ
ଜୟପୁର, ୩ ଅକ୍ଟୋବର (ହି.ସ.)- ଜୟପୁର ସାହିତ୍ୟ ପରିଷଦର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବ୍ରାହ୍ମଣ ସମାଜ ଭବନଠାରେ ପରିଷଦର ଉପସଭାପତି ତେଜେଶ୍ୱର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ଜୟପୁର ସାହିତ୍ୟ ପରିଷଦର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ନୀଳକଣ୍ଠ ପଣ୍ଡା, ଓଏଫଏସଙ୍
ଜୟପୁର ସାହିତ୍ୟ ପରିଷଦର କାର୍ଯ୍ୟକାରିଣୀ ବୈଠକ  ସାହିତ୍ୟ ଭବନ, ମୁଖପତ୍ର ପ୍ରକାଶନ ଓ ପୁସ୍ତକ ମେଳା ଆୟୋଜନ ଉପରେ ଗୁରୁତ୍ୱ


ଜୟପୁର, ୩ ଅକ୍ଟୋବର (ହି.ସ.)- ଜୟପୁର ସାହିତ୍ୟ ପରିଷଦର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବ୍ରାହ୍ମଣ ସମାଜ ଭବନଠାରେ ପରିଷଦର ଉପସଭାପତି ତେଜେଶ୍ୱର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ଜୟପୁର ସାହିତ୍ୟ ପରିଷଦର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ନୀଳକଣ୍ଠ ପଣ୍ଡା, ଓଏଫଏସଙ୍କ ପବିତ୍ର ସ୍ମୃତିଚାରଣ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ବୈଠକରେ ଜୟପୁରର ସାହିତ୍ୟିକ ଓ ସାଂସ୍କୃତିକ ପରିବେଶକୁ ଆହୁରି ସମୃଦ୍ଧ କରିବା ସହ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର-ପ୍ରସାର ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।ଗ୍ରହଣ କରାଯାଇଥିବା ପ୍ରମୁଖ ପ୍ରସ୍ତାବଗୁଡ଼ିକ ହେଲା ଜୟପୁରରେ ସାହିତ୍ୟ ଭବନ ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ। ଜୟପୁର ସାହିତ୍ୟ ପରିଷଦର ନିଜସ୍ୱ ମୁଖପତ୍ର ପ୍ରକାଶନ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଜୟପୁରରେ ପୁସ୍ତକ ମେଳା ଆୟୋଜନ, ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର-ପ୍ରସାର ସହ ପାଠକ ସୃଷ୍ଟି ପାଇଁ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କ ସହଯୋଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି lବୈଠକରେ ପରିଷଦର ସମ୍ପାଦକ ନବକୃଷ୍ଣ ରଥ, ସହସମ୍ପାଦକ ରାଜେନ୍ଦ୍ର ଗୌଡ଼ ଓ କୃଷ୍ଣଚନ୍ଦ୍ର ହୋତା, କୋଷାଧ୍ୟକ୍ଷ ପ୍ରଦୀପ ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ମଧୁସୂଦନ ମିଶ୍ର, ପ୍ରମୋଦଚନ୍ଦ୍ର ରାଉଳ, ଗଙ୍ଗାଧର ନାୟକ, ରାମପ୍ରସାଦ ପଣ୍ଡା ଓ ଡ. ସୁଧାଂଶୁ ଶେଖର ପଟ୍ଟନାୟକ ଏବଂ ପରାମର୍ଶଦାତା ନରସିଂହ ପାଣିଗ୍ରାହୀ ଅଂଶଗ୍ରହଣ କରିଥିଲେ। ଶେଷରେ ସହସମ୍ପାଦକ ରାଜେନ୍ଦ୍ର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande