ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ
ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ପୂର୍ବତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ ମାଲିଗୁଡ଼ା ଓ ଛତଡିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏବଂ ପ୍ରଭାବିତ ଅଂଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ କେତେକ ଟ୍ରେନ୍ ବାତିଲ କରାଯାଇଥିବା
trains


ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ପୂର୍ବତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ ମାଲିଗୁଡ଼ା ଓ ଛତଡିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏବଂ ପ୍ରଭାବିତ ଅଂଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ କେତେକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ କେତେକ ଟ୍ରେନ୍ କୁ ଆଂଶିକ ଭାବେ ବାତିଲ କରାଯାଇ କୋରାପୁଟରୁ ଯାତ୍ରା ଆରମ୍ଭ କିମ୍ବା କୋରାପୁଟଠାରେ ଯାତ୍ରା ସମାପ୍ତ କରାଯିବ।

ଟ୍ରେନ୍ ନମ୍ବର ୧୮୧୦୮ ଜଗଦଲପୁର–ରାଉରକେଲା ଏକ୍ସପ୍ରେସ ୪ ଅକ୍ଟୋବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ବାତିଲ ରହିବ।ଟ୍ରେନ୍ ନମ୍ବର ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ ୩ ଅକ୍ଟୋବରରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ବାତିଲ ରହିବ।୪ ଅକ୍ଟୋବରରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଟ୍ରେନ୍ ନମ୍ବର ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ ଏବଂ ଟ୍ରେନ୍ ନମ୍ବର ୧୮୫୧୬ କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ ବାତିଲ ରହିବ।

ସେହିପରି ଟ୍ରେନ୍ ନମ୍ବର ୧୮୦୦୫ ହାୱଡା–ଜଗଦଲପୁର ଏକ୍ସପ୍ରେସ, ୨ ଅକ୍ଟୋବରରୁ ୭ ଅକ୍ଟୋବର, ପର୍ଯ୍ୟନ୍ତ ହାୱଡାରୁ ଯାତ୍ରା ଆରମ୍ଭ କରି କୋରାପୁଟରେ ଆଂଶିକ ଭାବେ ଯାତ୍ରା ଶେଷ କରିବ। କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନ୍ ର ସେବା ବାତିଲ ରହିବ। ଟ୍ରେନ୍ ନମ୍ବର ୧୮୦୦୬ ଜଗଦଲପୁର–ହାୱଡା ଏକ୍ସପ୍ରେସ, ୪ ଅକ୍ଟୋବରରୁ ୯ ଅକ୍ଟୋବରପର୍ଯ୍ୟନ୍ତ ଜଗଦଲପୁର ପରିବର୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ଏହି ଟ୍ରେନ୍ର ସେବା ବାତିଲ ରହିବ। ଟ୍ରେନ୍ ନମ୍ବର ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ, ୩ ଅକ୍ଟୋବରରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରି କୋରାପୁଟରେ ଆଂଶିକ ଭାବେ ଯାତ୍ରା ଶେଷ କରିବ। କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନ୍ର ସେବା ବାତିଲ ରହିବ।ଟ୍ରେନ୍ ନମ୍ବର ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ, ୪ ଅକ୍ଟୋବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ଏହି ଟ୍ରେନ୍ ର ସେବା ବାତିଲ ରହିବ। ଟ୍ରେନ୍ ନମ୍ବର ୫୮୫୦୧ ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ, ୪ ଅକ୍ଟୋବରରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରି କୋରାପୁଟରେ ଆଂଶିକ ଭାବେ ଯାତ୍ରା ଶେଷ କରିବ। କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନ୍ ର ସେବା ବାତିଲ ରହିବ। ଟ୍ରେନ୍ ନମ୍ବର ୫୮୫୦୨ କିରଣ୍ଡୁଲ–ବିଶାଖାପାଟଣା ପାସେଞ୍ଜର ଏକ୍ସପ୍ରେସ, ୪ ଅକ୍ଟୋବରରୁ ୭ ଅକ୍ଟୋବରପର୍ଯ୍ୟନ୍ତ କିରଣ୍ଡୁଲ ପରିବର୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ଏହି ଟ୍ରେନ୍?ର ସେବା ବାତିଲ ରହିବ।

ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ 'ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande