
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ସୁରକ୍ଷିତ
ଅଛନ୍ତି ବନ୍ୟାରେ ଭାସିଯାଇଥିବା କୃଷ୍ଣସାର ମୃଗ । ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ଭୟାବହ ବନ୍ୟା
ପରିସ୍ଥିତି ମଧ୍ୟରେ ପ୍ରସିଦ୍ଧ କୃଷ୍ଣସାର ମୃଗବନ୍ୟାଜଳରେ ଭାସିଯାଉଥିବା ନେଇ କିଛି ହୃଦୟବିଦାରକ ଖବର ପ୍ରଚାରିତ ହୋଇଥିଲା।
ତେବେ,
ବାସ୍ତବରେ ବନ୍ୟାଜଳର ପ୍ରବଳ ସ୍ରୋତରେ କିଛି କୃଷ୍ଣସାର ମୃଗ
ଭାସିଯାଇଥିଲେ ମଧ୍ୟ ସେମାନେ ସୁରକ୍ଷିତ ଭାବେ ନଦୀପାର ହୋଇ ଜଙ୍ଗଲ ଅଞ୍ଚଳରେ ପହଞ୍ଚିଛନ୍ତି।
ସମ୍ପୃକ୍ତ ବନଖଣ୍ଡ ଅଧିକାରୀମାନଙ୍କ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ କୌଣସି କୃଷ୍ଣସାର ମୃଗଙ୍କ ମୃତ୍ୟୁ ଘଟିଥିବାର ସୂଚନା
ମିଳିନାହିଁ। ସମସ୍ତେ ସୁରକ୍ଷିତ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା