ଡକ୍ଟର ହୋମି ଜାହାଙ୍ଗୀର ଭାବାଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ଡକ୍ଟର ହୋମି ଜାହାଙ୍ଗୀର ଭାବାଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ବିଶିଷ୍ଟ ବୈଜ୍ଞାନିକ ତଥା ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ
Naveen Pattnaik


ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ଡକ୍ଟର ହୋମି

ଜାହାଙ୍ଗୀର ଭାବାଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ବିରୋଧୀ ଦଳ ନେତା ନବୀନ

ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ବିଶିଷ୍ଟ ବୈଜ୍ଞାନିକ ତଥା

ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଡକ୍ଟର ହୋମି ଜାହାଙ୍ଗିର ଭାବାଙ୍କ ଜନ୍ମବାର୍ଷିକୀ ଅବସରରେ

ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ଦେଶ ଯେତେବେଳେ ନିଜର ଭବିଷ୍ୟତ ଗଠନ

କରୁଥିଲା,

ସେହି ସମୟରେ ସେ ଭାରତର ଜାତୀୟ ଆଣବିକ ଶକ୍ତି କାର୍ଯ୍ୟକ୍ରମର ମୂଳଦୁଆ

ସ୍ଥାପନ କରିଥିଲେ। ଏଥିସହ ଅତ୍ୟାଧୁନିକ ବୈଜ୍ଞାନିକ ଗବେଷଣାକୁ ଆଗକୁ ବଢ଼ାଇବା ସହ ଏକ ସୁଦୃଢ଼

ବୈଜ୍ଞାନିକ ବ୍ୟବସ୍ଥା ଗଠନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande