
ଗଞ୍ଜାମ, ୩୦ ଅକ୍ଟୋବର (ହି.ସ.)- ଆନ୍ଧ୍ର ପ୍ରଦେଶର ଇଚ୍ଛାପୁର ନିକଟରେ ଵାହୁଦାନଦୀ ଵନ୍ଯା ପାଣି ୮ରୁ୧୦ ଫୁଟ ଉଚ୍ଚରେ ପ୍ରବାହିତ ହେଉଥିଵାରୁ ଗତକାଲି ଠାରୁ ଉଭୟ ପାର୍ଶ୍ବରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ହଜାର ହଜାର ଟ୍ରକ୍, ବସ୍, ଅଟୋ ଅଟକି ରହିଛି। ଏଠାରେ ଶହଶହ ଲୋକେ ଭୋକ ଉପାସରେ ରହିଛନ୍ତି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ଏଠାରେ ଅଟକି ରହିଥିବା ଲୋକଙ୍କୁ ରନ୍ଧାଖାଦ୍ୟ ବିତରଣ କରାଯାଉଛି। ଯାନବାହାନ ଗୁଡ଼ିକ ଵିଶାଖାପାଟଣା ଠାରୁ ଖୋର୍ଦ୍ଧା ଯାଏ ଉଭୟ ପାର୍ଶ୍ବରେ ଅଟକି ରହିଛି। ଉଭୟ ରାଜ୍ୟର ପୁଲିସ ଓ ପ୍ରଶାସନ ପକ୍ଷରୁ ଘଟଣା ପ୍ରତି ନଜର ରଖାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ