
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ଡକ୍ଟର ହୋମି
ଜାହାଙ୍ଗୀର ଭାବାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ
ରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଡକ୍ଟର ହୋମି ଜାହାଙ୍ଗୀର
ଭାବାଙ୍କ ଜନ୍ମବାର୍ଷିକୀ ଅବସରରେ, ଆମେ ସେହି ଦୂରଦ୍ରଷ୍ଟା ବୈଜ୍ଞାନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ, ଯାହାଙ୍କ ଅଗ୍ରଣୀ ଅବଦାନ ଭାରତର ଆଣବିକ ବିଜ୍ଞାନ କାର୍ଯ୍ୟକ୍ରମକୁ ଏକ
ନୂତନ ଦିଗ ଦେଇଥିଲା ଏବଂ ଯାହାଙ୍କ ଜୀବନ ଓ କୃତି ଆଜି ମଧ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା
ଯୋଗାଇ ଆସୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା