କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂଙ୍କ ମାତୃ ବିୟୋଗରେ କେଭି ସିଂହଦେଓଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂଙ୍କ ମାତୃ ବିୟୋଗରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଶୋକ ପ୍ରକାଶ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଏକ ଶୋକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଆଜି ଭୋପାଳସ୍ଥିତ ଏମ୍ସ ହସ୍ପିଟାଲରେ କେନ୍ଦ୍ର
କେଭି ସିଂହଦେଓ


ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- କେନ୍ଦ୍ରମନ୍ତ୍ରୀ

ଶିବରାଜ ସିଂଙ୍କ ମାତୃ ବିୟୋଗରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଶୋକ ପ୍ରକାଶ କରିଛନ୍ତି ।

ଏକ୍ସ ହ୍ୟାଣ୍ଡେଲରେ ଏକ

ଶୋକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଆଜି ଭୋପାଳସ୍ଥିତ ଏମ୍ସ ହସ୍ପିଟାଲରେ କେନ୍ଦ୍ର

କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ମାତା ଶ୍ରୀମତୀ କାଶୀ ବାଈ ଜୀଙ୍କ

ଦେହାନ୍ତ ଖବର ଶୁଣି ମୁଁ ଗଭୀର ମର୍ମାହତ। ମାଆଙ୍କୁ ହରାଇବା ଏକ ଅପୂରଣୀୟ କ୍ଷତି। ତାଙ୍କର

ସ୍ନେହ,

ସାହସ ଓ ଆଶୀର୍ବାଦର ଅନୁପସ୍ଥିତି ଯେଉଁ ଦୁଃଖ ସୃଷ୍ଟି କରେ, ତାହାକୁ କୌଣସି ଶବ୍ଦ ଦ୍ୱାରା ହ୍ରାସ କରିବା ସମ୍ଭବ ନୁହେଁ। ଓଡ଼ିଶା

ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏବଂ ମୋର ବ୍ୟକ୍ତିଗତ ଭାବେ, ଏହି ଦୁଃଖଦ ସମୟରେ ଶ୍ରୀ ଶିବରାଜ ସିଂହ ଚୌହାନ ଜୀ ଓ ତାଙ୍କର ସମଗ୍ର

ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ

ପ୍ରାର୍ଥନା କରୁଛି ଯେ, ସେ ଦିବଙ୍ଗତ ଆତ୍ମାଙ୍କୁ ଚିରଶାନ୍ତି ପ୍ରଦାନ କରନ୍ତୁ ଏବଂ ଏହି ଅପୂରଣୀୟ ବ୍ୟକ୍ତିଗତ

କ୍ଷତିକୁ ସହ୍ୟ କରିବା ପାଇଁ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ, ସାହସ ଓ ଶକ୍ତି ପ୍ରଦାନ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande