ଜାତୀୟ ଏକତା ଦିବସ ପାଳିତ
ଜୟପୁର, ୩୧ ଅକ୍ଟୋବର (ହି.ସ.) - ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଆଜି ଜାତୀୟ ଏକତା ଦିବସ (ରାଷ୍ଟ୍ରୀୟ ଏକତା ଦିବସ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ପକ୍ଷରୁ ପାଳନ କରାଯାଇଥିଲା। ଏହି ଅବସରରେ ଜାତୀୟ ଏକତା, ଅଖଣ୍ଡତା ଓ ଦେଶର ସୁରକ୍ଷା ନିମନ୍ତେ ସମସ୍ତେ
ଜାତୀୟ ଏକତା ଦିବସ ପାଳିତ


ଜୟପୁର, ୩୧ ଅକ୍ଟୋବର (ହି.ସ.) - ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଆଜି ଜାତୀୟ ଏକତା ଦିବସ (ରାଷ୍ଟ୍ରୀୟ ଏକତା ଦିବସ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ପକ୍ଷରୁ ପାଳନ କରାଯାଇଥିଲା। ଏହି ଅବସରରେ ଜାତୀୟ ଏକତା, ଅଖଣ୍ଡତା ଓ ଦେଶର ସୁରକ୍ଷା ନିମନ୍ତେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ସହିତ ଦେଶର ଐକ୍ୟ ଓ ସଂହତି ବଜାୟ ରଖିବାକୁ ଆହ୍ୱାନ ଦିଆଯାଇଥିଲା। ଏଥିସହ ସମ୍ବିଧାନର ମୌଳିକ ମୂଲ୍ୟବୋଧ, ସାମାଜିକ ସମାନତା, ଭାଇଚାରା ଓ ନ୍ୟାୟ ପ୍ରତିଷ୍ଠା ଦିଗରେ ସମସ୍ତଙ୍କ ଭୂମିକା ଉପରେ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଜାତୀୟ ଏକତା ଦିବସ ଶପଥ ପାଠ କରାଯାଇଥିଲା। ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା କରିବା ସହ ନାଗରିକଙ୍କ ମଧ୍ୟରେ ଏକତା ଓ ସଦ୍ଭାବନା ବୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ଅଧିକାରୀ, କର୍ମଚାରୀ ଓ ଅନ୍ୟାନ୍ୟ ଉପସ୍ଥିତ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ। ଭାରପ୍ରାପ୍ତ ଜିଲ୍ଲା ଆଇନ ପ୍ରାଧିକରଣ, ଅଧକ୍ଷ୍ୟ ତଥା ସ୍ପେସିଆଲ ଜଜ ଭିଜିଲାନ୍ସ, ଶ୍ରୀ ମାନସ କୁମାର ପଣ୍ଡା, ପରିବାର ଅଦାଲତ ବିଚାରପତି ଶ୍ରୀ ନିଶିଥ ନିଶାଙ୍କ, ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍େସସିଆଲ କୋର୍ଟ ପୋକ୍ସ ଡ.ସଂଘମିତ୍ରା ଦାସ, ବରିଷ୍ଠ ଦେୱନୀ ବିଚାରପତୀ ସୂଂୟପ୍ରକାଶ ଦାଶ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ତଥା ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜତା, ରେଜିଷ୍ଟ୍ରାର ସିଭିଲ କୋର୍ଟ ଜୟପୁର ମଧୁସ୍ନିତା ଜେନା, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ଅଳକାନନ୍ଦ ମହାନ୍ତୀ, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ସୁମିତ୍ରା କୁମାରୀ ଦାସ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଶ୍ରୀ ହରମୋହନ ଦାସ, ଶ୍ରୀମତୀ ଦୀକ୍ଷ୍ମୀ ରାଉତରାଏ ଓ ଦ୍ୱୀତୀୟ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଦେବଦତ ଜେନା ଏବଂ ଜିଲ୍ଲା ଆଇନ ସେବାପ୍ରାଧିକରଣ, କର୍ମଚାରୀ ସହିତା ଜିଲ୍ଲା ବିଚାରାଳୟ ର କର୍ମଚାରୀ ପ୍ରମୁଖ ଯୋଗଦେଇ ରାଷ୍ଟ୍ରୀୟ ଏକତା ଦିବସ ରେ ଶପଥ ପାଠ କରି ଏହି ଦିବସଟିକୁ ପାଳନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande