ବ୍ରହ୍ମପୁରର ପୁରୁଣା ଅପରାଧୀ ପ୍ରଦୀପ ସେଠୀଙ୍କ ମୃତ୍ୟୁ
ଗଞାମ, ୩୧ ଅକ୍ଟୋବର (ହି.ସ.) ଗତକାଲି ତା ୩୦.୧୦.୨୦୨୬ ରିଖ ରାତି ୦୮.୦୩ ମିନିଟ୍ ସମୟରେ ଏମକେସିଜି ଏମସିଏଚ, ବ୍ରହ୍ମପୁର ଠାରେ ଏକ ମୃତ ଦେହ ଗ୍ରହଣ କରାଯାଇଥିଲା। ମୃତ ବ୍ୟକ୍ତି ଜଣକ ବ୍ରହ୍ମପୁରର ପୁରୁଣା ଅପରାଧୀ ପ୍ରଦୀପ ସେଠୀ ବୋଲି ଚିହ୍ନଟ ହୋଇଛି। ଏମକେସିଜି ଏମସିଏଚ ରୁ ପ୍ରାପ୍ତ ଏମଏଲସିରେ ମୃତକ
ବ୍ରହ୍ମପୁରର ପୁରୁଣା ଅପରାଧୀ ପ୍ରଦୀପ ସେଠୀଙ୍କ ମୃତ୍ୟୁ


ଗଞାମ, ୩୧ ଅକ୍ଟୋବର (ହି.ସ.) ଗତକାଲି ତା ୩୦.୧୦.୨୦୨୬ ରିଖ ରାତି ୦୮.୦୩ ମିନିଟ୍ ସମୟରେ ଏମକେସିଜି ଏମସିଏଚ, ବ୍ରହ୍ମପୁର ଠାରେ ଏକ ମୃତ ଦେହ ଗ୍ରହଣ କରାଯାଇଥିଲା। ମୃତ ବ୍ୟକ୍ତି ଜଣକ ବ୍ରହ୍ମପୁରର ପୁରୁଣା ଅପରାଧୀ ପ୍ରଦୀପ ସେଠୀ ବୋଲି ଚିହ୍ନଟ ହୋଇଛି।

ଏମକେସିଜି ଏମସିଏଚ ରୁ ପ୍ରାପ୍ତ ଏମଏଲସିରେ ମୃତକର ସମ୍ପର୍କୀୟଙ୍କ ବୟାନ ଅନୁଯାୟୀ ଏହା ଏକ କଥିତ ସଡ଼କ ଦୁର୍ଘଟଣା ଜନିତ ମାମଲା ବୋଲି ଦର୍ଶାଯାଇଛି।

ଏ ସମ୍ପର୍କରେ ପ୍ରାପ୍ତ ଏମଏଲସି ଆଧାରରେ ବ୍ରହ୍ମପୁର ଟ୍ରାଫିକ ଥାନା କେସ ନଂ ୫୭୫/୩୧.୧୦.୨୦୨୬, ଧାରା ୨୮୧/୧୦୬(୧) ବିଏନଏସ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ମୃତ ଦେହର ଶବ ବ୍ୟବଚ୍ଛେଦ ଏଫଏମଆଣ୍ଡଟି ବିଭାଗ, ଏମକେସିଜି ଏମସିଏଚ ଠାରେ କରାଯାଇଛି ଏବଂ ଚଗ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଚଗ ରିପୋର୍ଟ ପ୍ରାପ୍ତ ହେବା ପରେ ପରବର୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ଘଟଣାରେ ମୃତକର କିଛି ସମ୍ପର୍କୀୟ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande