

ବଲାଙ୍ଗିର, 31 ଅକ୍ଟୋବର (ହି.ସ.)
ବଲାଙ୍ଗିର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ମୁଖ୍ୟାଳୟରେ ଲୌହ ମାନବ ସର୍ଦାର ବଲ୍ଲଭାଇ ପଟେଲ ଏବଂ ଲୌହ ମାନବୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ପାଳନ କରାଯାଇଛି । ଏହି ଅବସରରେ ଉପସ୍ଥିତ ବକ୍ତାମାନେ ସର୍ଦାର ପଟେଲ ଏବଂ ସ୍ୱର୍ଗତା ଗାନ୍ଧୀଙ୍କ ଅଖଣ୍ଡ ଭାରତ ନିର୍ମାଣରେ ତାଙ୍କର ଭୂମିକା ତଥା ତାଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଦୀପ ମିଶ୍ର, ମନୀଷ ମିଶ୍ର, ବୁଲୁ ଦାନୀ, ସନ୍ତକ ବହିଦାର, ଅଜୟ ବାଲି, କୈଳାସ ମିଶ୍ର, ଅସିତ ମିଶ୍ର, ସୌମ୍ୟଦୀପ ସରାଫ, ପ୍ରଦୋଶ ପାଣିଗ୍ରାହୀ, ସାନନ୍ଦ କୁମାର ମିଶ୍ର, ଯୁବନେତା ସମୀର କୁମ୍ଭାର, ଅଙ୍କିତ ସାହୁ, ଲଳିତ ପଟେଲ, ବିଜୟ କୁମ୍ଭାର, ନାସୀର ଖାନ, ଜିତୁ ମନହିରା, ଜୁଲୁ ପଟ୍ଟନାୟକ, ବିଦ୍ୟାଧର ସାହୁ, ନବୀନ କୁମାର, ଦିଲିପ ବେହେରା (ଖ) ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ