
ଖୋର୍ଦ୍ଧା,31 ଅକ୍ଟୋବର (ହି.ସ.) ଫୁଲବାଣୀରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ପାଇଁ ଚାଲିଥିଲା ଯୋଜନାବଦ୍ଧ କାରବାର। ଦୁଇଟି ଦାମୀ କାର୍ରେ ପ୍ରାୟ ଏକ କ୍ୱିଣ୍ଟାଲ ଗଞ୍ଜେଇ ନେଇ ଯାଉଥିବା ବେଳେ ୧୬ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ପିଏନ୍ କଲେଜ ସମ୍ମୁଖ ରାସ୍ତାରେ ଚଢ଼ାଉ କରି ଏସ୍ଟିଏଫ୍ ଟିମ୍ ସେମାନଙ୍କୁ ଧରିଛି। ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି।ଦାମୀ କାର୍ରେ ଗଞ୍ଜେଇ ଚାଲାଣର ମାଧ୍ୟମ କରି ଅନ୍ତଃରାଜ୍ୟ ନିଶା କାରବାର ଚଳାଇଥିବା ଏହି ଗ୍ୟାଙ୍ଗ୍ର ପର୍ଦ୍ଦାଫାସ୍ ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ