ମାଳଦା ଗଜଲକ୍ଷ୍ମୀ ପୂଜା ଓ ବୈତରଣୀ ମହୋତ୍ସବ ଉଦଯାପିତ
ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ବଣିକ ସଂଘ ଠାରେ ପ୍ରସିଦ୍ଧ ବାର୍ଷିକ ଗଜଲକ୍ଷ୍ମୀ ପୂଜା ଓ ବୈତରଣୀ ମହୋତ୍ସବ ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ପ୍ରତିକୂଳ ପାଗ ସତ୍ୱେ ବେଶ ଧୁମଧାମରେ ସାତ ଦିନ ବ୍ୟାପୀ ଉତ୍ସାହ ଉଦ୍ଦୀପନାର ସହ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନ
MALADA GAJALAXMI PUJA & BAITARANI MOHASTAV


ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ବଣିକ ସଂଘ ଠାରେ ପ୍ରସିଦ୍ଧ ବାର୍ଷିକ ଗଜଲକ୍ଷ୍ମୀ ପୂଜା ଓ ବୈତରଣୀ ମହୋତ୍ସବ ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ପ୍ରତିକୂଳ ପାଗ ସତ୍ୱେ ବେଶ ଧୁମଧାମରେ ସାତ ଦିନ ବ୍ୟାପୀ ଉତ୍ସାହ ଉଦ୍ଦୀପନାର ସହ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହୋତ୍ସବ କମିଟି ସଭାପତି ରବିନାରାୟଣ ଖିଲାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକର ବିଶିଷ୍ଟ ସମାଜସେବୀ ଶଶି କୁମାର ସାହୁ ଯୋଗ ଦେଇ ବୈଦିକ ରୀତି ନୀତି ଅନୁଯାୟୀ ପାଳିତ ହେଉଥିବା ମହୋତ୍ସବରେ ସ୍ଥାନୀୟ ପ୍ରତିଭାଙ୍କ ଉନ୍ମୋଚିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ବଦ୍ରି ନାରାୟଣ ଧଳ, ସିନେ ଅଭିନେତା ସବ୍ୟସାଚୀ ମହାପାତ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପ୍ରମୁଖ ଯୋଗଦେଇ ଗଜଲକ୍ଷ୍ମୀ ପୂଜା ଓ ବୈତରଣୀ ମହୋତ୍ସବ ସମ୍ପର୍କରେ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ସିନେ ତାରକା ଦ୍ୱୟଙ୍କ ସଂଳାପ ଓ ନୃତ୍ୟ ଗୀତରେ ହଜାର ହଜାର ଜନସାଧାରଣ ବିମୋହିତ ହୋଇଥିଲେ। ସ୍ଥାନୀୟ ପ୍ରତିଭା ଧାରୀ ଭାଷ୍କର ଦାସ, ଧରଣୀଧର ଦାସ, ଇଞ୍ଜିନିୟର ଦେବବ୍ରତ ବାରିକ, ବାବାଜାନ ସଙ୍ଗଠନ କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହାଛଡା ମଂଚରେ ଉପସ୍ଥିତ ଥିବା ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଆୟୋଜକ କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ବଣିକ ସଂଘ ସଭାପତି ଚନ୍ଦ୍ରଶେଖର ମହାନ୍ତି ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ରାଜେନ୍ଦ୍ର ଶତପଥୀ ମଂଚ ଆହ୍ୱାନ ଓଅତିଥି ପରିଚୟ ଏବଂ ମହୋତ୍ସବ କମିଟି ସହ ସଂଯୋଜକ ଦୁର୍ଯ୍ୟୋଧନ ଲେଙ୍କା ସ୍ୱାଗତ ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଯାପନୀ ସନ୍ଧ୍ୟା କାର୍ଯ୍ୟକ୍ରମକୁ ମହୋତ୍ସବ କମିଟି ସଦସ୍ୟ ଙ୍କ ସମେତ ବଣିକ ସଂଘ କର୍ମକର୍ତା ମାନେ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande