
ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲାର ଏନ୍ଏଚ୍-୧୬ ଅନ୍ତର୍ଗତ ଜଗନ୍ନାଥପୁର ଅଣ୍ଡରପାସ୍ (ସାଳନ୍ଦୀ ନଦୀ ନିକଟ) ଅଂଚଳରେ ବେଆଇନ ଭାବେ ବାଣ ଦୋକାନ ଖୋଲିବା, ବାଣ ମହଜୁଦ ରଖିବା ଓ ବିକ୍ରି କରିବା ଉପରେ ଭଦ୍ରକ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ସୌରଭ ଚକ୍ରବର୍ତୀ ନିଷେଧାଦେଶ ଜାରି କରିଛନ୍ତି। ଏଥିସହିତ ବାଣ ବିକ୍ରି କିମ୍ବା ମହଜୁଦ ରଖିବା ଉଦ୍ଦେଶ୍ୟରେ ଉକ୍ତ ଅଂଚଳରେ ନିର୍ମାଣ କରାଯାଇଥିବା ସମସ୍ତ ବେଆଇନ ଅସ୍ଥାୟୀ ଷ୍ଟଲ୍, କାଉଂଟର ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷେଧାଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୨୨୩ ଅନୁଯାୟୀ ଆଇନଗତ ଓ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ