ସାପକାତିଆ ମଠର ବାବା ବିବାହିତ ମହିଳାଙ୍କୁ ଅପହରଣ ଅଭିଯୋଗ, ଥାନାରେ ବାବା ଅଟକ
ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ରାମବାଗ ଅଂଚଳର ଜୈନିକା ମହିଳା ଙ୍କୁ ଧାମନଗର ଥାନା ଦୋବଲ ପଂଚାୟତ ର ସାପକାତୀଆ ମଠ ର ସିପୁନୁ ସାହୁ ( ବାବା) ଅପହରଣ କରିବା ଅଭିଯୋଗ ରେ ଧାମନଗର ପୋଲିସ ଉକ୍ତ ବାବା କୁ ଧାମନଗର ଥାନା ରେ ଅଟକ ରଖି ପଚରାଉଚରା କରୁଛି। ପ୍ରାପ୍ତ
ସାପକାତିଆ ମଠର ବାବା ବିବାହିତ ମହିଳାଙ୍କୁ ଅପହରଣ ଅଭିଯୋଗ, ଥାନାରେ ବାବା ଅଟକ


ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ରାମବାଗ ଅଂଚଳର ଜୈନିକା ମହିଳା ଙ୍କୁ ଧାମନଗର ଥାନା ଦୋବଲ ପଂଚାୟତ ର ସାପକାତୀଆ ମଠ ର ସିପୁନୁ ସାହୁ ( ବାବା) ଅପହରଣ କରିବା ଅଭିଯୋଗ ରେ ଧାମନଗର ପୋଲିସ ଉକ୍ତ ବାବା କୁ ଧାମନଗର ଥାନା ରେ ଅଟକ ରଖି ପଚରାଉଚରା କରୁଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଅଗତ ଅଗଷ୍ଟ ମାସ ରେ ମହିଳା ଜଣଙ୍କ ନିଖୋଜ ଅଛନ୍ତି। ପୂର୍ବରୁ ଏନେଇ ରାମବାଗ ଫାଣ୍ଡିରେ ଏକ ନିଖୋଜ ଏତଲା ଦିଆଯାଇଥିଲା। ତେବେ ପରିବାର ପକ୍ଷରୁ ସନ୍ଦେହ କରାଯାଉଛି ଯେ ସିପୁନା ବାବା ଏହି ଘଟଣା ସମ୍ପର୍କରେ ସବୁକିଛି ଜାଣିଛନ୍ତି ଏବଂ ଗତ ୩ ମାସ ଧରି ସେ ନିଜ ମଠ ଛାଡ଼ି ଫେରାର ରହିଥିଲେ। ମାତ୍ର ପରିବାର ଲୋକ ସିପୁନା ବାବାଙ୍କ ମଠକୁ ଯାଇଥିବା ବେଳେ ସେଠାରେ ସିପୁନା ବାବାଙ୍କ ସହିତ ସାକ୍ଷାତ୍ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଉକ୍ତ ବାବା ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଅନେକ ପଚରାଉଚରା କରାଯାଇଥିଲା।ବାବା ଓ ତାଙ୍କ ସହଯୋଗୀମାନେ ବିଭିନ୍ନ ପ୍ରକାର ହତ୍ୟା ଧମକ ଓ ଭୟଭୀତ କରୁଥିବାରୁ, ଧାମନଗର ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳ ରେ ପହଂଚି ବାବାଙ୍କୁ ଥାନା କୁ ଆଣି ପଚରା ଉଚରା କରୁଛନ୍ତି। ତେବେ ଉକ୍ତ ଘଟଣା ଯାଜପୁର ଜିଲ୍ଲା ର ଅପହରଣ କେଶ ହୋଇ ଥିବାରୁ ଅଭିଯୁକ୍ତ ବାବାଙ୍କୁ ଯାଜପୁର ଥାନାକୁ ଦିଆ ଯିବ ବୋଲି ଥାନା ଅଧିକାରୀ ଶୁଭ୍ରଜିତ ଦାସ କହିଛନ୍ତି।ପ୍ରକାଶ ଥାଉ କି ଏହି ବାବା ଙ୍କ ଘର ଭଣ୍ଡାରୀପୋଖରି ଥାନା ଅଙ୍କୁଲିକଣ ରେ ସେ ସେ ପ୍ରଥମେ ଭଣ୍ଡାରୀପୋଖରୀ ବଜାର ରେ ଏକ ଗାଡ଼ି ଗ୍ୟାରେଜ ରେ କାମ କରୁଥିବା ବେଳେ ଅପହରଣ ହୋଇ ଥିବା ମହିଳା ଙ୍କୁ ଅବିବାହୀତ ବେଳେ ଭଲ ପାଉଥିଲେ କିନ୍ତୁ ସେଠାରେ ପ୍ରେମରେ ବିଫଳ ହୋଇ ପରିବାର ଲୋକ ଙ୍କ ଠାରୁ ମାଡ ଖାଇ ଫେରାର ହୋଇ ଥିଲେ ପରବର୍ତୀ ସମୟରେ ସିପୁନୁ ସାହୁ ସାପକାତୀଆ ମଠ ରେ ବାବା ହୋଇ ଥିଲେ।ଏବଂ ପ୍ରତିଶୋଧ ପରାୟଣ ହୋଇ ଉକ୍ତ ବିବାହିତ ମହିଳା ଙ୍କୁ ଅପହରଣ କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। କିନ୍ତୁ ବାବା ଏହାକୁ ମିଥ୍ୟା ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande